Latest Odisha News

‘ଯାହା କହିଛି ତାହା କରୁଛି ବିଜେପି, ଆଉ ବିଶୃଙ୍ଖଳାକାରୀଙ୍କୁ ଛଡାଯିବନି’

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତୋମାର କହିଛନ୍ତି ବିଜେପି ସଂକଳ୍ପ ପତ୍ରରେ ଯାହାଯାହା କହିଥିଲା ତାହା କରି ଦେଖାଉଛି । ସେ ସୁଭଦ୍ରା ଯୋଜନା ହେଉକି ରତ୍ନ ଭଣ୍ଡାର କି ୪ ଦ୍ବାର ଖୋଲିବା ପ୍ରସଙ୍ଗ ହେଉ ସବୁ କରି ଦେଖାଉଛି ।

ଅନ୍ୟପକ୍ଷରେ ବିଭିନ୍ନ କାର୍ଯ୍ୟକ୍ରମରେ ବିଜେପି କର୍ମକର୍ତ୍ତାଙ୍କ କାର୍ଯ୍ୟକଳାପ ନେଇ ଦଳୀୟ ବିଶୃଙ୍ଖଳା ଓ ନିଲମ୍ବନ ଉପରେ ପ୍ରତିକ୍ରିୟ ରଖି ତୋମର କହିଛନ୍ତି, ଦଳୀୟ ଅନୁଶାସନ ଯିଏ ଭଙ୍ଗ କରିବ, ତାହା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।

Comments are closed.