Latest Odisha News

BREAKING NEWS

ବରୁଣ ଗାନ୍ଧୀଙ୍କ ଟିକେଟ୍ କଟିଲା, ମାନେକା ଗାନ୍ଧୀଙ୍କୁ ସୁଲତାନପୁରର ପ୍ରାର୍ଥୀ କଲା ବିଜେପି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ରବିବାର ନିଜର ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ବରୁଣ ଗାନ୍ଧିଙ୍କୁ ପିଲିଭିଟ ଲୋକସଭା ଆସନରୁ ବାଦ୍ ଦେଇଥିବା ବେଳେ ତାଙ୍କ ମା’ ମେନକା ଗାନ୍ଧୀଙ୍କୁ ଉତ୍ତରପ୍ରଦେଶର ସୁଲତାନପୁର ଆସନରୁ ଟିକେଟ୍ ଦେଇଛି।

୨୦୨୧ରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ କଂଗ୍ରେସ ନେତା ଜିତିନ ପ୍ରସାଦଙ୍କୁ ବରୁଣ ଗାନ୍ଧୀଙ୍କ ସ୍ଥାନରେ ପିଲିଭିଟରୁ ଟିକେଟ ଦିଆଯାଇଛି।

ଏକଦା ରାହୁଲ ଗାନ୍ଧୀଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଭାବେ ପରିଗଣିତ ଜିତିନ୍ ପ୍ରସାଦ ତାଙ୍କୁ ଅଣଦେଖା କରାଯାଉଛି ବୋଲି ଦାବି କରି କଂଗ୍ରେସ ଛାଡ଼ିଥିଲେ। ଜିତିନ ପ୍ରସାଦ ୨୦୦୪ରେ ରାହୁଲ ଗାନ୍ଧୀଙ୍କ ସହ ନିର୍ବାଚନୀ ପଦାର୍ପଣ କରିଥିଲେ। ରାହୁଲ ଗାନ୍ଧୀ ଆମେଠିରୁ ଲୋକସଭା ନିର୍ବାଚନ ଜିତିଥିବା ବେଳେ ଜିତିନ ପ୍ରସାଦ ଶାହାଜାହାନପୁର ଆସନରୁ ବିଜୟୀ ହୋଇଥିଲେ। ଯେଉଁଥିରେ ତାଙ୍କ ପିତା ଜିତେନ୍ଦ୍ର ପ୍ରସାଦ ୪ ଥର ଜିତିଥିଲେ। ୨୦୦୮ରେ ମନମୋହନ ସିଂହ ସରକାରରେ ସେ ଅନ୍ୟତମ କନିଷ୍ଠ ମନ୍ତ୍ରୀ ହୋଇଥିଲେ।

ଜିତିନ ପ୍ରସାଦ ୨୦୦୯ରେ ଧୌରା ଆସନରୁ ଦ୍ୱିତୀୟ ଲୋକସଭା ନିର୍ବାଚନ ଜିତିଥିଲେ ଏବଂ ମନମୋହନ ସିଂହଙ୍କ ଦ୍ୱିତୀୟ ସରକାରରେ ବିଭିନ୍ନ ବିଭାଗ ସମ୍ଭାଳିଥିଲେ। ବାସ୍ତବରେ, ସେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ର ସଦସ୍ୟ ଥିଲେ, ଯେଉଁମାନେ ଦଳର ସଂଗଠନରେ ବ୍ୟାପକ ସଂସ୍କାର ଆଣିବାକୁ ଦାବି କରିଥିଲେ।

Leave A Reply

Your email address will not be published.