Latest Odisha News

BREAKING NEWS

ବିଜେପିରୁ ବିଦା ହେଲେ ହିମାଂଶୁ

ଯାଜପୁର: ବିଜେପିରୁ ବହିଷ୍କାର ହେଲେ ହିମାଂଶୁ ଶେଖର । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଯୁବ ନେତା ତଥା ସ୍ବାଧୀନ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ସାହୁକୁ ଆଜି ଦଳ ବହିଷ୍କାର କରିଛି । ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳର ଅନୁଶାସନ ଭଙ୍ଗ ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ବହିଷ୍କାର କରାଯାଇଛି ।

ସୂଚନା ଯୋଗ୍ୟ, ଧର୍ମଶାଳାର ଏକ ଜଣାଶୁଣା ଯୁବନେତା ହିମାଂଶୁ ଶେଖର ସାହୁ । କିଛି ଦିନ ପୂର୍ବରୁ ସେ ବିଜେପିରେ ମିଶିଥିଲେ । ଏହା ସହିତ ଦଳକୁ ଧର୍ମଶାଳାରେ ଚଳଚଞ୍ଚଳ କରିବାରେ ମଧ୍ୟ ଭୂମିକା ନିଭାଇଥିଲେ ହିମାଂଶୁ । ସେଥିପାଇଁ ଦଳରୁ ଟିକେଟ ଆଶାୟୀ ଥିଲେ  । କିନ୍ତୁ ଦଳ ତାଙ୍କୁ ଟିକେଟ ନଦେଇ ସ୍ମୃତିରେଖା ପହିଙ୍କୁ ଟିକେଟ ଦେଇଥିଲେ । ଯେଉଁକାରଣରୁ ଅସନ୍ତୁଷ୍ଟ ଥିଲେ ହିମାଂସୁ ଓ ତାଙ୍କ ସମର୍ଥକ । ଏହାପରେ ସ୍ବାଧୀନ ପ୍ରାର୍ଥୀ ଭାବେ ଧର୍ମଶାଳାରୁ ନାମାଙ୍କନ ଭରିଥିଲେ ହିମାଂଶୁ । ଏହା ସହିତ ଦଳ ବିରୋଧରେ ଯାଇ ପ୍ରଚାର ମଧ୍ୟ କରୁଥିଲେ ହିମାଂଶୁ । ଯେଉଁ କାରଣରୁ ଦଳ ତାଙ୍କୁ ବହିଷ୍କାର କରିଛି ।

Comments are closed.