Latest Odisha News

ପଓ୍ବନକୁ ଲାଗିଲା ୨୪୦ ଝଟକା, ଦଳରୁ ବାହାର କଲା ବିଜେପି

କରକାଟ: ବିଜେପିରୁ ବହିଷ୍କାର ହେଲେ ଭୋଜପୁରୀ ସେଲିବ୍ରିଟି ପଓ୍ନନ ସିଂ । ପଓ୍ନନ ଆଉ ବିଜେପିର ସଦସ୍ୟ ନାହାନ୍ତି ବୋଲି ଘୋଷଣା କରିଛି ବିଜେପି । ଏନଡିଏ ପ୍ରାର୍ଥୀ ଉପେନ୍ଦ୍ର କୁଶଓ୍ବାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରି ବିହାରର କରକାଟରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି ପଓ୍ବନ । ଯାହାପରେ କିଛି ଏପରି ନିଷ୍ପତି ନେଇଛି ବିଜେପି । ବିଜେପି ଆଜି ତାଙ୍କୁ ଦଳରୁ ବହିଷ୍ଖାର କରି ଏନେଇ ଏକ ଚିଠି ଜାରି କରିଛି । ଯେଉଁଥିରେ ଲେଖାଅଛି, ଲୋକସଭା ନିର୍ବାଚନରେ ପଓ୍ବନ ଏନଡିଏ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତାଙ୍କର ଏହି କାର୍ଯ୍ୟ ଦଳ ବିରୋଧୀ ଅଟେ । ଯାହା ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ସହ ଦଳର ଅନୁଶାସନ ବିରୁଦ୍ଧ ଅଟେ । ତେଣୁ ବିଜେପି ପ୍ରଦେଶ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ପଓ୍ବନ ସିଂଙ୍କୁ ଦଳରୁ ବହିଷ୍କାର କରାଯାଉଛି ।

ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ସେଲିବ୍ରିଟି ପୱନ ସିଂ ବିଜେପିରେ ଯୋଗଦେବା ପରେ ବିଜେପି ତାଙ୍କୁ ପଶ୍ଚିମବଙ୍ଗ ଆସାନସୋଲରୁ ପ୍ରାର୍ଥୀ କରିଥିଲା । କିନ୍ତୁ ପଓ୍ବନ ନିର୍ବାଚନ ଲଢିବା ପାଇଁ ମନା କରିଦେଇଥିଲେ । ପରେ ସେ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢିବାକୁ ନିଷ୍ପତି ନେଇ ବିହାରର କରକାଟରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ ।

ତେବେ କରକାଟରେ ନିର୍ବାଚନୀ ଗତିଶୀଳତା ଉପରେ ଏହା ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି । ଯେଉଁଠାରେ ଭେଟେରାନ ରାଜନେତା ଉପେନ୍ଦ୍ର କୁଶୱା ଏନଡିଏ ବ୍ୟାନରରେ ପୁଣି ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେଠି ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ପଓ୍ବନ ସିଂଙ୍କ ବିବାଦ କୁଶୱାଙ୍କ ବିଜୟ ବାଟରେ ବାଧା ସୃଷ୍ଟି କରି ଭୋଟ୍ ବାଣ୍ଟିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Comments are closed.