Latest Odisha News

BREAKING NEWS

ପକ୍କା ଘର ବଣ୍ଟନ ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର: ଗରୀବ ହିତାଧିକାରୀଙ୍କୁ ପକ୍କାଘର ବଣ୍ଟନରେ ବିଳମ୍ବ ହେବାକୁ ନେଇ ଆଜି ସରକାରଙ୍କୁ ଘେରିଛି ବିଜେପି ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରେସମିଟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, “ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା ଅନ୍ତର୍ଗତ ଘର ବଣ୍ଟନ ପାଇଁ ୨୭ଲକ୍ଷ ୪୯ହଜାର ୬୧୬ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର । ଘୋଷିତ ତାଲିକାରୁ ୧୩ଲକ୍ଷ ୬୫ ହଜାର ୨୫ ହିତାଧିକାରୀ ଅଯୋଗ୍ୟ ବାହରିଲେ । ଆଉ ଥରେ ଯାଂଚ କରିବା ପାଇଁ ଜାନୁଆରୀ ୧୫ ତାରିଖ ଯାର୍ଯ୍ୟ କରିଥିଲେ । ଦଳୀୟ ଅଧାରରେ ତାଲିକା ପ୍ରସ୍ତୁତ କରିଥିବାରୁ ପ୍ରକୃତ ହିତାଧିକାରୀଙ୍କ ସୂଚୀ ଚୂଡାନ୍ତ କରିପାରୁ ନାହାଁନ୍ତି ସରକାର ।”

ରାଜ୍ୟ ସରକାର ୪୩ହଜାର ହିତାଧିକାରୀଙ୍କୁ ଘର ଦେବା ପାଇଁ ଭୂମି ଯୋଗାଇଦେବାର ଘୋଷଣା କରିଥିଲେ ଏବଂ ସେଇଠି ୩ ବର୍ଷ ଭିତରେ ୨୦ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଦେବାକୁ ଘୋଷଣା କରିଥିଲେ । ହିତାଧିକାରୀଙ୍କ ସଠିକ୍ ସଂଖ୍ୟା ନିର୍ଦ୍ଧାରଣ ନକରି ସରକାର କେମିତି ୨୦ଲକ୍ଷ ଘଣ ବିତରଣ କରିବାକୁ ଘୋଷଣା କରିଛନ୍ତିି ବୋଲି ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ପ୍ରାୟୋଜିତ କାର୍ଯ୍ୟକ୍ରମର ନାଁ ଦେବାକୁ ଚେଷ୍ଟା କରିଛନ୍ତି । ଯଦି ସେ ଏଭଳି କାମ କରନ୍ତି ଆଗାମୀ ଦିନରେ ସାରା ରାଜ୍ୟରେ ବ୍ୟାପକ ବିରୋଧ ହେବ । ଆମେ ଦାବି କରୁଛୁ କି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ଓ ଜିଲ୍ଲା ଖଣିଜ ନିଧି ଅଧିନରେ ପକ୍କା ଘରର ଏକ ବିସ୍ତୃତ ତାଲିକା ହେବା ଉଚିତ୍ ଏବଂ ପ୍ରତ୍ୟେକ ପଂଚାୟତ ଅଫିସରେ ରଖିବା ଉଚିତ୍ । ଏହାବ୍ୟତୀତ ରାଜ୍ୟ ସରକାରଙ୍କୁ ୨୦ଲକ୍ଷ ପକ୍କା ଘର ପାଇଁ ୪୦ହଜାର କୋଟି ଟଙ୍କା ବ୍ୟୟବରାଦ ଘୋଷଣା କରିବା ଉଚିତ୍ ।”

Leave A Reply

Your email address will not be published.