Latest Odisha News

ଆକାଶବାଣୀର ଶିଶୁ କଳାକାର ଭାବେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଛାତ୍ରଛାତ୍ରୀ ମନୋନୀତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ପ୍ରିଶା ସାନ୍ୟାଲ୍ ଆଇଚ, ପ୍ରଜ୍ୱଳ ସୁତାର ଓ ରିଷନ ଚକ୍ରବର୍ତ୍ତୀ କଟକସ୍ଥିତ ଅଲ ଇଣ୍ଡିଆ ରେଡିଓର ଶିଶୁ କଳାକାର ଭାବେ ମନୋନୀତ ହୋଇ ଗୌରବ ଆଣିଦେଇଛନ୍ତି ।

ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଗତ ଜାନୁଆରୀ ମାସରେ କଟକରେ ଆୟୋଜିତ ଶିଶୁ ସଙ୍ଗୀତ ଅଡିସନରେ ଭାଗ ନେଇଥିଲେ । ତବଲା ବାଦନରେ ରୋଶନ, ଭାଓଲିନରେ ପ୍ରିଶା ଓ ପ୍ରଜ୍ୱଳଙ୍କୁ ମନୋନୀତ ହୋଇଥିଲେ ।

ଆକାଶବାଣୀ ପକ୍ଷରୁ ପ୍ରତିବର୍ଷ ରେଡିଓ ଲାଗି ବିଭିନ୍ନ ବିଷୟରେ ଇଚ୍ଛୁକ କଳାକାରମାନଙ୍କର ଚୟନ ଲାଗି ଅଡିସନ୍ ଆୟୋଜିତ କରାଯାଇଥାଏ । ଏହାବ୍ୟତିତ ଚୟନ ଲାଗି ବିଶେଷଜ୍ଞ ମାନଙ୍କ ଏକ ଟିମ୍ ଦ୍ୱାରା କଳାକାର ମାନଙ୍କର ମୂଲ୍ୟାଙ୍କନ କରାଯାଇଥାଏ ।

ଏହି ୩ ଜଣ ଛାତ୍ରଛାତ୍ରୀ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ସଙ୍ଗୀତ କ୍ଲବର ଜଣେ ଜଣେ ସକ୍ରିୟ ସଦସ୍ୟ ଅଟନ୍ତି । ନବମ ଶ୍ରେଣୀ ଛାତ୍ର ପ୍ରିଶା ଗତ ୮ ବର୍ଷ ଏବଂ ୭ ଶ୍ରେଣୀର ରିଷନ ଗତ ୭ ବର୍ଷ ଧରି ସ୍କୁଲରେ ବାଦ୍ୟଯନ୍ତ୍ର ବଜାଉଛନ୍ତି । ଏହାବ୍ୟତିତ ଷ୍ଠ ଶ୍ରେଣୀରେ ଅଧ୍ୟୟନରତ ପ୍ରଜ୍ୱଳ ମଧ୍ୟ ବିଗତ ୫ବର୍ଷ ଧରି ବାଦ୍ୟଯନ୍ତ୍ର ବଜାଇଆସୁଛନ୍ତି ।

ସାଇ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.