Latest Odisha News

BREAKING NEWS

ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ବାଲିଆପାଳ ବନ୍ଦ ଡାକରା

ବାଲେଶ୍ୱର: ବାଲିଆପାଳ ଥାନାର ପୂର୍ବତନ ଭାରପ୍ରାପ୍ତ ପୋଲିସ ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଆକ୍ରମଣ କରିଥିବା ୧୩ ଜଣ ବ୍ୟକ୍ତିଙ୍କ ଗିରଫ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ବାଲିଆପାଳରେ ଏବେ ମଧ୍ୟ ଉତ୍ତେଜନା ଲାଗିରହିଥିବା ବେଳେ ସେଠାରେ ପ୍ରାୟ ୭ ପ୍ଲାଟୁନ୍ ପୋଲିସ ମୂତୟନ ହୋଇଛନ୍ତି । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ବିଭିନ୍ନ ଛକସ୍ଥାନମାନଙ୍କରେ ପୋଲିସ ପାଟ୍ରୋଲିଂ ସହିତ ପୋଲିସ ପରିସ୍ଥିତିକୁ ନୀରିକ୍ଷଣ କରୁଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଏଠାରେ ଜୁଲାଇ ୨୬ ତାରିଖରେ ଏକ ଢାବାରେ କାର୍ଯ୍ୟରତ ଜଣେ ବାଳକର ମୃତଦେହ ଠାବ ହେବାପରେ ଉତ୍ତ୍ୟକ୍ତ ବାସିନ୍ଦା ଶ୍ରୀ ଆଚାର୍ଯ୍ୟଙ୍କୁ ଆକ୍ରମଣ କରିଥିଲେ ।

Leave A Reply

Your email address will not be published.