Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା୦୩-୦୮-୨୦୧୯ ଶନିବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ
ତା ୦୩ ରିଖ ଶନିବାର କର୍କଟ ୧୮ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ମଘା ଓ ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର
ଘାତ ବାର-: ବୃଷ ସିଂହ କନ୍ୟା ରାଶିର ଘାତ ଚନ୍ଦ୍ର-:କର୍କଟ ଓ ମକର ରାଶି ପୁରୁଷଙ୍କର
ଆଜି: ପୋଟଳ ଖାଇବା ନିଷେଧ

ମେଷ
ସତର୍କତା ଅବଲମ୍ବନ କରନ୍ତୁ,ନଚେତ୍ ବିପଦରେ ପଡିପାରନ୍ତି ।କର୍ମ କ୍ଷେତ୍ରରେ ନାନାପ୍ରକାର ବାଧାବିଘ୍ନ ଦେଖା ଦେବ ।ବକେୟା ଅର୍ଥ ପାଇଁ ଯୁକ୍ତି ତର୍କ ହୋଇପାରେ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।

ବୃଷ
ପରିବାରରେ ସୁସମ୍ପର୍କ ରହିବ ନାହିଁ ।ଅଯଥା କଥାକୁ ନେଇ ବାଦବିବାଦ ଦେଖା ଦେବ ।ମହିଳାମାନେ ସମାଲୋଚିତ ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ

ମିଥୁନ
ଆଜି ଆପଣଙ୍କୁ ସଫଳତା ମିଳିବ ।ପ୍ରତ୍ୟେକ ଦିଗରୁ ସାହାଯ୍ୟ ସହଯୋଗ ମିଳିବ ।ବ୍ଯବସାୟରେ ଆଯ ବୃଦ୍ଧି ଘଟିବ ।ମାଲିମକଦମାରେ ବିଜୟ ଲାଭ କରିବେ ।ସୁସମ୍ବାଦ ପାଇ ମନ ଖୁସି ରହିବ ।

କର୍କଟ
ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେଖାଦେବ ।ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ ।ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।

ସିଂହ
ଦୀର୍ଘ ଦିନର ଆଶା ଅଭିଳାଷ ପୁରଣ ହେବ ।ପ୍ରତ୍ୟେକ ପ୍ରତିଯୋଗିତା ରେ ସଫଳତା ଲାଭ କରିବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟା ହେବେ ।ରାଜନୀତି କ୍ଷେତ୍ରରେ ଜନ ସମାଜରେ ଯଶ ଖ୍ଯାତି ଅର୍ଜନ କରିବେ ।

କନ୍ୟା
ଯଗି ରଖି ଚଳନ୍ତୁ ପରିବାରରେ ମତ ପାର୍ଥକ୍ୟ ଦେଖା ଦେବ ।ଆଶା କରୁଥିବା ଦିଗରୁ ଲାଭ ପରିବର୍ତ୍ତେ କ୍ଷତି ହେବ । ଶାରୀରିକ ପୀଡା ମାନସିକ ଦୁଶ୍ଚିନ୍ତା ଦେଖା ଦେବ ।ଭାତୃ ବିବାଦ ଦେଖା ଦେଇପାରେ ।ମହିଳାମାନେ ବିନା ଦୋଷରେ ଦୋଷି ସାବ୍ଯସ୍ତ ହେବେ ।

ତୁଳା
ଦେହ ମନ ସୁସ୍ଥ ରହିବ ।ଉତ୍ତମ ଭୋଜନ ମିଳିବ । ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ ।ରାଜନୀତିଜ୍ଞମାନେ ଜନ କଲ୍ଯାଣରେ ନିଜକୁ ନିୟୋଜିତ କରିବେ ।

ବିଛା
ପାରିବାରିକ କ୍ଷେତ୍ରରେ ଉନ୍ନତି ଦେଖାଦେବ ।ଦୂର ସ୍ଥାନକୁ ଯାତ୍ରା କରିବେ,ଯାତ୍ରାରେ ସଫଳତା ମିଳିବ । ବନ୍ଧୁ ସମ୍ପର୍କ ବୃଦ୍ଧି ପାଇବ ।ଆର୍ଥିକ ଅଭିବୃଦ୍ଧି ଘଟିବ ।ବ୍ଯବସାୟରେ ଲାଭ ମିଳିବ । ନିର୍ମାଣଧୀନ କାର୍ଯ୍ୟଟି ଶେଷ ପର୍ଯ୍ୟାୟରେ ପହଞ୍ଚିବ ।
ଧନୁ
ପ୍ରତେକ କାର୍ଯ୍ୟରେ ବିଫଳତା ଆଉ ହତାଶ ହେବେ ।ଗୁପ୍ତ ଶତୃମାନେ ଅସୁବିଧାରେ ପକାଇପାରନ୍ତି ।ଉଚ୍ଚ ସ୍ଥାନରୁ ପତନ,ମନ ବିଭ୍ରମ ହେବ ।କର୍ମ କ୍ଷେତ୍ରରେ ନାନାପ୍ରକାର ବାଧାବିଘ୍ନ ଦେଖାଦେବ ।ବ୍ଯବସାୟରେ କ୍ଷତି ହେବ ।

ମକର
ସତର୍କତା ଅବଲମ୍ବନ କରନ୍ତୁ ।ପାରିବାରିକ ସମସ୍ଯା ଦେଖା ଦେବ । ବିଦ୍ଯାର୍ଥୀମାନେ କ୍ରୀଡା କ୍ଷେତ୍ରରେ ବିଫଳତା ଆଉ ହତାଶ ହେବେ ।ବାଣିଜ୍ୟ ଓ ପରିବହନ ଲାଭ ମିଳିବ ନାହିଁ ।ବିନା କାରଣରେ ଦୋଷି ସାବ୍ଯସ୍ତ ହେବେ ।

କୁମ୍ଭ
ଅର୍ଥ ମାନ ସମ୍ମାନ ପ୍ରତିଷ୍ଠା ମିଳିବ ।ମନ ପ୍ରସନ୍ନ ରହିବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଲାଭ ଅଧିକ ମିଳିବ ।ଗୃହକୁ ସୌଖୀନ ଦ୍ରବ୍ୟ ଆଣିପାରନ୍ତି ।ମହିଳାମାନେ ନୂତନ ଦିଗଦର୍ଶନ ଦେଇ ପ୍ରଶଂସନୀୟ ହେବେ ।

ମୀନ
ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ ।ପାରିବାରିକ ସୁଖ ଶାନ୍ତି ବିରାଜମାନ କରିବ ।ଆକସ୍ମିକ ଧନ ଲାଭର ସୁଯୋଗ ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ ।ନୂତନ ଗୃହ ବା ଭୂମି ଲାଭ କରିବେ ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଆନନ୍ଦିତ ହେବ ।

Leave A Reply

Your email address will not be published.