Latest Odisha News

BREAKING NEWS

କର୍ମକର୍ତ୍ତାଙ୍କୁ ମନମୋହନଙ୍କ ବଡ଼ ଆହ୍ବାନ: ସଙ୍ଗଠନକୁ ଶକ୍ତିଶାଳୀ କରିବା, ଆମକୁ କେହି ଛୁଇଁ ପାରିବେନି

ଭୁବନେଶ୍ୱର: ଚତୁର୍ଥ ଥର ପାଇଁ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ମନ‌ମୋହନ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି, ବିଜେପି ସରକାର ୨୦୩୬ ମସିହା ବି ଦେଖିବ ୨୦୪୭ ମସିହା ବି ଦେଖିବ। ବିଜେପି ସରକାର ଲମ୍ବା ଇନିଙ୍ଗିସ ଖେଳିବ। ରାଜ୍ୟରେ ବିଜେପି ସରକାର ଲମ୍ବା ସମୟ ଧରି ରହିବ। ଆମ ପାଖରେ ଯୋଗ୍ୟ ମୁଖ୍ୟମନ୍ତ୍ରୀ, ଯୋଗ୍ୟ କର୍ମକର୍ତ୍ତା ଅଛନ୍ତି। ସଙ୍ଗଠନକୁ ଶକ୍ତିଶାଳୀ କରିବା, ଆମକୁ କେହି ଛୁଇଁ ପାରିବେନି।

ଦଳର ସଭାପତି ହେଉ ହେଉ ବଡ଼ ଘୋଷଣା କରିଛନ୍ତି ମନମୋହନ ସାମଲ। ଇସାରା ଇସାରାରେ ସଂଘବଦ୍ଧ ଭାବେ ଏକ ଲମ୍ବା ଇନିଂସ ଖେଳିବାକୁ ସେ କାର୍ଯ୍ୟକର୍ତ୍ତାକୁ ଆହ୍ବାନ ଦେଇଛନ୍ତି। ମନମୋହନ ସାମଲ ସମ୍ବୋଧିତ କରି କହିଛନ୍ତି, ମୋତେ ମିଳିଥିବା ଦାୟିତ୍ବ ସଂଗଠନ କର୍ମକର୍ତ୍ତାଙ୍କର। କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ସାଇନ ବୋର୍ଡ ପାର୍ଟିରୁ ସରକାର କରିପାରିଛୁ। କାର୍ଯ୍ୟକର୍ତ୍ତାଙ୍କ ପାଇଁ ରାଜ୍ୟରେ ଏକାକୀ ସରକାର କରିପାରିଛୁ। କାର୍ଯ୍ୟକର୍ତ୍ତାଙ୍କ ପାଇଁ ମୋହନ ଭାଇ ସରକାର ସମ୍ଭବ ହୋଇଛି। ମୋହନ ଭାଇ ସରକାରଙ୍କ ପାଇଁ ୧୭ ଲକ୍ଷ କୋଟି ପୁଞ୍ଜି ଆସିଛି।

ଆମ ସରକାର ପାଇଁ ଧାନ କ୍ବିଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ଦେଉଛୁ। ମା-ଭଉଣୀଙ୍କୁ ୫୦ ହଜାର ଟଙ୍କା ଦେବା ବି ସମ୍ଭବ ହୋଇ ପାରିଛି। ସରକାର ଆଣିବା ଯେତିକି କଷ୍ଟ, ସଂକଳ୍ପ ପୂରଣ ପାଇଁ ସେତିକି କଷ୍ଟ। ଆଗରୁ କହିଥିଲି ଏବେ ବି କହୁଛି, ଶୋଇବା ନାହିଁ, କାହାକୁ ଶୋଇବାକୁ ଦେବା ନାହିଁ। ଏ ସରକାର ରାଜ୍ୟରେ ୨୦୩୬ ମସିହା ବି ଦେଖିବ। ରାଜ୍ୟରେ ବିଜେପି ସରକାର ଲମ୍ବା ସମୟ ଧରି ରହିବ। ଦାୟିତ୍ବ ଛିଣ୍ଡି ଯାଇନି, ଦାୟିତ୍ବ ଆରମ୍ଭ ହୋଇଛି ଭାବି କାମ କରିବା। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଉଛି, ଦଳ ପଛରେ ଠିଆ ହୋଇ ରହିବି। ଅସମ୍ଭବ ବୋଲି କିଛି ଡିକ୍ସିନାରୀରେ ନାହିଁ, ସବୁ କିଛି ସମ୍ଭବ।

କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ସଭାପତି ମନମୋହନଙ୍କ ପ୍ରତିକ୍ରିୟା ରଖିଛନ୍ତି। ମନମୋହନ କହିଛନ୍ତି ୨ ବର୍ଷର ସଭାପତି ଦାୟିତ୍ବ ବେଳେ କାହାକୁ କଷ୍ଟ ଦେଇଥାଇ ପାରେ। ଆଗାମୀ ଦିନରେ ମୁଁ ନିଜକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ସମସ୍ତଙ୍କୁ ଟିମ୍‌ ସ୍ପିରିଟ୍‌ ନେଇ କାମ କରିବାକୁ ପଡ଼ିବ। ସଙ୍ଗଠନକୁ ଶକ୍ତିଶାଳୀ କରିବା, ଆମକୁ କେହି ଛୁଇଁ ପାରିବେନି। ୟୁନାଇଟେଡ୍‌ ୱି ଷ୍ଟାଣ୍ଡ, ଡିଭାଇଡ୍‌ ୱି ଫଲ୍‌ ବୋଲି କହିଛନ୍ତି ମନମୋହନ।

ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରି କହିଛନ୍ତି, ପୂର୍ବରୁ ବିଜେପି ଗୋଟିଏ ଦଳକୁ ଅସରପା ଗୋଟିଏ ଚଢ଼େଇ କରି ଉପହାସ କରାଯାଉଥିଲା। ନିଶ ଦାଢ଼ି ଉଠିନଥିବା ଦୁଇ ଚାରି ଜଣ ପିଲା ବିଜେପିରେ ବୁଲୁଛନ୍ତି ବୋଲି କୁହାଯାଇ କଟାକ୍ଷ କରାଯାଉଥିଲା। କିନ୍ତୁ ବିରୋଧୀଙ୍କ ଉପହାସର ଉତ୍ତର ମିଳିସାରିଛି। ସରକାରକୁ ଆସିବା ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ପାଳନ କରୁଛି ବୋଲି କହିଛନ୍ତି ମନମୋହନ ସାମଲ।

Comments are closed.