Latest Odisha News

BREAKING NEWS

‘୬ ମାସ ମଧ୍ୟରେ ସବୁ ପ୍ରତିଶ୍ରୁତି ପୂର୍ଣ୍ଣ କରିଛି ବିଜେପି ସରକାର’

ବରଗଡ଼: ଗୋଟି ଗୋଟି କରି ସବୁ ପ୍ରତିଶ୍ରୁତି ପୂରଣ କରିଛି ବିଜେପି ସରକାର। ଗତ ଜୁନ୍ ୧୨ରେ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟରେ ଯେଉଁ ୪ଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଥିଲା ସେସବୁ ୬ ମାସ ମଧ୍ୟରେ ପୂରଣ ହୋଇଛି। ଏକଥା ଆମେ ନୁହେଁ କିଛି ଏମିତି ଆଜି ବରଗଡ଼ ଜିଲ୍ଲା ସୋହେଲାରେ ଆୟୋଜିତ ଚାଷୀ ସମାବେଶରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୪ଟି ନିଷ୍ପତ୍ତି ମଧ୍ୟରୁ ଧାନ କିଣା ବାବଦକୁ ୩୧୦୦ ଟଙ୍କା ପ୍ରଦାନ କରିବା ଏକ ମୁଖ୍ୟ ନିଷ୍ପତ୍ତି ଥିଲା। ଆଜି ଏହି ସମାବେଶରେ ଚାଷୀମାନଙ୍କୁ ୮୦୦ ଟଙ୍କାର ଇନପୁଟ ସହାୟତା ପ୍ରଦାନ କରାଯାଇଛି। ୨୧ ହଜାର ୫୦୦ ଚାଷୀଙ୍କୁ ଏହି ସହାୟତା ଦିଆଯାଇଛି। ଶ୍ରୀମନ୍ଦିରର  ଚାରି ଦ୍ୱାର ଖୋଲିବା ହେଉ କିମ୍ବା ଶ୍ରୀମନ୍ଦିର ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି‌ ହେଉ, ସୁଭଦ୍ରା ଯୋଜନା ହେଉ କିମ୍ବା ଚାଷୀଭାଇମାନଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ହେଉ, ଆମ ସରକାର ଆପଣମାନଙ୍କୁ ଦେଇଥିବା ୪ଟି ଯାକ ପ୍ରତିଶ୍ରୁତି ଗୋଟି ଗୋଟି କରି ପୂରଣ କରିଥିବା ବେଳେ ଆଜି ଶେଷ ଓ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ପୂରଣ ହୋଇଛି ବୋଲି କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଚାଷୀଙ୍କୁ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ପ୍ରଦାନ କରିଛନ୍ତି। କ୍ବିଣ୍ଟାଲ୍‌ ପିଛା ୨୩ଶହ ଟଙ୍କା ସର୍ବନିମ୍ନ ସହାୟତା ମୂଲ୍ୟ(ଏମଏସପି) ଦେଇ ଧାନ କିଣା ଯାଉଥିବାବେଳେ ୩୧୦୦ ଟଙ୍କାରେ ଧାନକିଣା ନେଇ ନିର୍ବାଚନ ଇସ୍ତାହାରରେ ବିଜେପି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେଣୁ ଧାନ କ୍ବିଣ୍ଟାଲ୍‌ ପିଛା ଅତିରିକ୍ତ ୮ଶହ ଟଙ୍କା ସହାୟତା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆଜି ଏହି କାର୍ଯ୍ୟକ୍ରମରେ ଧାନ ବିକ୍ରି କରିଥିବା ଚାଷୀଙ୍କୁ ୮ଶହ ଟଙ୍କାର ଅତିରିକ୍ତ ସହାୟତା ବଣ୍ଟନ କରିଛନ୍ତି।

Comments are closed.