Latest Odisha News

BREAKING NEWS

ବିଜେପିର ୪ ସାଂସଦଙ୍କୁ ମିଳିଲାନି ଟିକେଟ

ଲୋକସଭା ଲଢ଼େଇ ପାଇଁ ବିଜେପି ଯୋଦ୍ଧା । ପ୍ରାର୍ଥୀ ଘୋଷଣା କଲା ବିଜେପି । ୧୮ ସିଟରେ ନାଁ ଘୋଷଣା ହୋଇଛି । କଟିଲା ୪ ସାଂସଦଙ୍କ ଟିକେଟ । ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ବରଗଡରୁ ସୁରେଶ ପୂଜାରୀ, ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ଏମାନଙ୍କ ସ୍ଥାନରେ ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ, ବରଗଡରୁ ଭାଗ୍ୟ ପରୀକ୍ଷା କରିବେ ପ୍ରଦୀପ ପୁରୋହିତ । ସେହିପରି କଳାହାଣ୍ଡିରୁ ନୂଆଁ ମୁହଁ ଭାବରେ ମାଳବିକା କେଶରୀ ଦେଓଙ୍କୁ ଟିକେଟ ମିଳିଛି । ମୟୂରଭଞ୍ଜରୁ ପ୍ରାର୍ଥୀ ହୋଇଛନ୍ତି ନବ ଚରଣ ମାଝୀ ।

ପାଖାପାଖି ୫୦ ପ୍ରତିଶତ ଆସନରେ ପ୍ରାର୍ଥୀ ବଦଳିଛି ବିଜେପି । ବ୍ରହ୍ମପୁର ଟିକେଟ ହାତେଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ନିକଟରେ ସେ ବିଜେପିରେ ମିଶିଥିଲେ। ସେଠାରୁ ଗତଥର ପ୍ରାର୍ଥୀ ହୋଇଥିବା ଭୃଗୁ ବକ୍ସିପାତ୍ର। ତାଙ୍କୁ ଏଥର ଦଳ ବିଧାନସଭା ଟିକେଟ ଦେଇପାରେ ।

ସୁନ୍ଦରଗଡରୁ ଜୁଏଲ ଓରାମ, ବଲାଙ୍ଗୀରରୁ ସଂଗୀତା ସିଂଦେଓ, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଆଉ ଥରେ ଅପରାଜିତଙ୍କୁ ସୁଯୋଗ ଦେଇଛି ଦଳ। ବାଲେଶ୍ବରରୁ ପୁଣି ଲଢ଼ିବେ ପ୍ରତାପ ଷଡ଼ଙ୍ଗୀ । କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହେଇଛନ୍ତି ବୈଜୟନ୍ତ ପଣ୍ଡା। ସେହିପରି ଆସିକାରେ ରିପିଟ୍ ହୋଇଛନ୍ତି ଅନୀତା ଶୁଭଦର୍ଶୀନି, ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି, ନବରଙ୍ଗପୁରରେ ବଳଭଦ୍ର ମାଝୀ, ଜଗତସିଂହପୁରରେ ବିଭୂ ପ୍ରସାଦ ତରାଇ, ଭଦ୍ରକରୁ ଅଭିମନ୍ୟୁ ସେଠୀ। କୋରାପୁଟରେ ନୂଆ ପ୍ରାର୍ଥୀ ଭାବରେ କଳେରାମ ମାଝୀଙ୍କୁ ବିଜେପି ପ୍ରାର୍ଥୀ କରିଛି । କେବଳ କଟକ, କନ୍ଧମାଳ ଓ ଯାଜପୁର ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଲା । ଗତଥର କନ୍ଧମାଳରୁ ଐର ଖାରବେଳ ସ୍ବାଇଁ ଠିଆ ହୋଇଥିଲେ। ଏଥର ସେ ବାଲେଶ୍ଵର ପାଇଁ ଆସିଥିଲେ । କଟକରୁ ଡ଼ାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଚର୍ଚ୍ଚାରେ ଅଛନ୍ତି । ଯାଜପୁରକୁ ମିଳିପାରେ ନୂଆ ମୁହଁ ।

ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ

Leave A Reply

Your email address will not be published.