Latest Odisha News

 ‘ପରୀ’ ବାପା-ମାଆଙ୍କୁ ଭେଟିଲେ ପୁରନ୍ଦେଶ୍ୱରୀ, ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି

ନୟାଗଡ଼: ନୟାଗଡ଼ ଜିଲ୍ଲାର ଯଦୁପୁରରେ ପହଞ୍ଚିଛନ୍ତି ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି, ପୁରନ୍ଦେଶ୍ୱରୀ । ଆଜି ସେ ମୃତ ନାବାଳିକା ପରୀର ପରିବାର ଲୋକଙ୍କୁ ଭେଟିଛନ୍ତି । ତାଙ୍କ ବାପାମାଆଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି ପୁରନ୍ଦେଶ୍ୱରୀ । ପରୀର ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ବୁଲି ଦେଖିଥିଲେ ।

ନାବାଳିକା ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ । ସେ କହିଛନ୍ତି, କ୍ରାଇମବ୍ରଞ୍ଚ କିମ୍ୱା ଏସଆଇଟି କେହି ନାବାଳିକାଙ୍କୁ ନ୍ୟାୟ ଦେଇ ପାରିବେ ନାହିଁ । ଶାସକ ଦଳକୁ କେବଳ ସୁରକ୍ଷା ଦେବେ । ଘଟଣାର ସିବିଆଇଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ।

ନୟାଗଡ଼ ଗସ୍ତ ବେଳେ ଡି. ପୁରନ୍ଦେଶ୍ୱରୀଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି. ବରିଷ୍ଠ ନେତା କେ. ଭି. ସିଂହଦେଓ, ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ବିଜେପି ସଭାପତି ଲାଲାମନୋଜ ରାୟ, ସିଦ୍ଧାର୍ଥ ଶେଖର ସିଂହ, ଇରାନୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.