Latest Odisha News

BREAKING NEWS

ଆସୁଛନ୍ତି ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ରାତି ୮ଟାରେ ଭୁବନେଶ୍ୱରରେ ପହଞ୍ଚିବେ । ସେଠାରେ ତାଙ୍କୁ ଦଳୀୟ ନେତା ସମ୍ବର୍ଦ୍ଧିତ କରିବେ । ତିନି ଦିନିଆ ପ୍ରଥମ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ପ୍ରଭାରୀ ।

ଓଡ଼ିଶାରେ ରହଣି ସମୟରେ ସେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ସଂଗଠନ ସମ୍ପର୍କରେ ଆଲୋଚନା କରି ରୋଡମ୍ୟାପ୍ ପ୍ରସ୍ତୁତ କରିବେ ନୂଆ ପ୍ରଭାରୀ । ବର୍ତ୍ତମାନ ନୟାଗଡ଼ ନାବାଳିକାଙ୍କୁ ନ୍ୟାୟ ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନ ଚଳାଇଛି ବିଜେପି । ଏହି ସମୟରେ ଓଡ଼ିଶା ଆସୁଛନ୍ତି ନୂଆ ପ୍ରଭାରୀ ।

Leave A Reply

Your email address will not be published.