Latest Odisha News

BREAKING NEWS

ସାଉଥ୍ ଷ୍ଟାର ବିଜୟଙ୍କ ଏହି ସେଲ୍‌ଫି ୨୦୨୦ରେ ସର୍ବାଧିକ ଥର ରିଟ୍ୱିଟ୍‌ ହୋଇଛି

ନୂଆଦିଲ୍ଲୀ: ଫେବୃଆରୀ ମାସରେ ଫିଲ୍ମ ‘ମାଷ୍ଟର’ ସେଟରୁ ବିଜୟ ଏକ ସେଲଫି ନେଇଥିଲେ, ଯେଉଁଠାରେ ତାଙ୍କ ସମର୍ଥନରେ ବହୁ ସଂଖ୍ୟାରେ ସମର୍ଥକ ପହଞ୍ଚିଥିଲେ। ଯେତେବେଳେ ତାଙ୍କ କାର୍ଯ୍ୟାଳୟ ଏବଂ ଘରେ ଆଇଟି ଅଧିକାରୀ ଚଢାଉ କରିଥିଲେ ସେତେବେଳେ ବିଜୟ ଜନସାଧାରଣଙ୍କ ଏହି ସମର୍ଥନ ପାଇଥିଲେ।

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ବିଜୟଙ୍କ ପ୍ରଶଂସକଙ୍କ ସାରା ଦେଶରେ ରହିଛନ୍ତି। ଏଥିରୁ ଜାଣିହେଉଛି ଯେ ଟ୍ୱିଟରରେ ତାଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ଏକ ସେଲଫି ୨୦୨୦ ମସିହାରେ ସର୍ବାଧିକ ଥର ରିଟ୍ୱିଟ କରାଯାଇଛି ଏବଂ ଏହା ଚଳିତ ବର୍ଷ ପାଇଁ ରେକର୍ଡ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ ଫେବୃଆରୀ ୧୦ରେ ବିଜୟ ଏହି ଫଟୋ ସେୟାର କରିଛନ୍ତି ଏବଂ ସେହି ଦିନଠାରୁ ବିଜୟଙ୍କ ପ୍ରଶଂସକମାନେ ଏହାକୁ ଅନେକ ଥର ରିଟ୍ୱିଟ କରିଛନ୍ତି। ୨୦୨୦ ମସିହାରେ ଏହା ସର୍ବାଧିକ ଥର ରିଟ୍ୱିଟ କରାଯାଇଛି। ଏହି ଫଟୋଟି ନେଭେଲିରୁ ଉଠାଯାଇଛି। ଫଟୋ ସହିତ ଲୋକଙ୍କୁ ଧନ୍ୟବାଦ ଜଣାଇ ବିଜୟ ଲେଖିଛନ୍ତି – ନିଉଭିଲି ଧନ୍ୟବାଦ।

Leave A Reply

Your email address will not be published.