Latest Odisha News

BREAKING NEWS

ବିଜେପିକୁ ରାକ୍ଷାସଙ୍କ ଦଳ କହିଲେ ଦିଦି

କୋଲକାତା: ଆଗାମୀ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇପଡିଥିଲା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଦିନ ଭାରତୀୟ ଜନତା ପାର୍ଟିକୁ ଅଶାନ୍ତି ଏବଂ ଆତଙ୍କବାଦୀ ଦଳ ବୋଲି କହିଛନ୍ତି।

ପଶ୍ଚିମବଙ୍ଗର ନନ୍ଦକୁମାର ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବାକୁ ପଛାଇନଥିଲେ। ନିଜର ଦୀର୍ଘଦିନର କ୍ୟାରିଅରରେ ସେ ଏପରି ନିର୍ଦ୍ଦୟ ତଥା ନିଷ୍ଠୁର ପ୍ରଧାନମନ୍ତ୍ରୀଙ୍କୁ କେବେ ଦେଖି ନାହାଁନ୍ତି ବୋଲି କହିଛନ୍ତି।

ବିଜେପି ଦଳର ଅର୍ଥ ହେଉଛି ଭାରତୀୟ ଜୋଗୋନୋ (ଖରାପ) ପାର୍ଟି। ମୁଁ ସାତଥର ଲୋକସଭା ସାଂସଦ ରହିଥିବା ବେଳେ ମୁଁ ଅନେକ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛି। କିନ୍ତୁ ମୁଁ ଏପରି ନିର୍ଦ୍ଦୟ ତଥା ନିଷ୍ଠୁର ପ୍ରଧାନମନ୍ତ୍ରୀଙ୍କୁ କେବେ ଦେଖିନାହିଁ। ବିଜେପି ରାକ୍ଷସ, ଭୂତ, ରାବଣ, ଦୁର୍ଯୋଧନ, ଦୁଃଶାସନ, ଅଶାନ୍ତି ଏବଂ ଆତଙ୍କବାଦୀଙ୍କ ଦଳ ବୋଲି ମଧ୍ୟ କହିଛନ୍ତି।

Leave A Reply

Your email address will not be published.