Latest Odisha News

BREAKING NEWS

ଆସନ୍ତାକାଲି ପୁରୀ ଓ କୋଣାର୍କ ଯିବେ ରାଷ୍ଟ୍ରପତି

ପୁରୀ : ଆସନ୍ତାକାଲି ପୁରୀ ଓ କୋଣାର୍କ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗସ୍ତ ପୂର୍ବରୁ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।

ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ପରେ କୋଣାର୍କ ଯିବେ ରାଷ୍ଟ୍ରପତି । ଏହା ପୂର୍ବରୁ କୋଣାର୍କରେ ପୋଲିସ ଏଡ଼ିଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଆସନ୍ତାକାଲି ରାଷ୍ଟ୍ରପତି କୋଣାର୍କ ହେଲିପ୍ୟାଡ଼ରେ ଅବତରଣ କରିବେ । ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଇଣ୍ଡିଆନ ଅଏଲ ପକ୍ଷରୁ ନିର୍ମିତ ବ୍ୟାଖାନ କେନ୍ଦ୍ର ପରିଦର୍ଶନ କରିବେ । ରାଷ୍ଟ୍ରପତିଙ୍କ କୋଣାର୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିବା ବେଳେ, କାରକେଡ଼ ରିହରସଲ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କୋଣାର୍କରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

Leave A Reply

Your email address will not be published.