Latest Odisha News

ରାଜ୍ୟ ସଚିବାଳୟରେ ଧସେଇ ପଶିବାକୁ ଚେଷ୍ଟା କଲେ ‘ବିଜେପି କୃଷକ ମୋର୍ଚ୍ଚା’ କର୍ମୀ

ଭୁବନେଶ୍ୱର : ଧାନର ଅଭାବୀ ବିକ୍ରି ଓ ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବିଜେପି କୃଷକ ମୋର୍ଚ୍ଚା କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗୁରୁବାର ଦିନ ରାଜ୍ୟ ସଚିବାଳୟ ସମ୍ମୁଖରେ ଏନେଇ ସରକାରଙ୍କୁ ବିରୋଧ କରିଛନ୍ତି ।

ଏଥିସହ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକ ମୋର୍ଚ୍ଚାର କର୍ମୀମାନେ ସରକାର ବିରୋଧୀ ସ୍ଲୋଗାନ ଦେବା ସହ ସମବାୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିବାରୁ କୃଷକ ମୋର୍ଚ୍ଚାର କିଛି କର୍ମୀମାନଙ୍କୁ ପୋଲିସ ଅଟକ ରଖିଛି ।

ବିକ୍ଷୋଭକାରୀମାନେ ସଚିବାଳୟର ଗେଟ୍ ନଂ ୪ରେ ପୋଲିସ ବ୍ୟାରିକେଡକୁ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରିଛି । ଏଥିସହିତ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଧାନ ମଣ୍ଡିରେ ଧାନର ଏମଏସପି ମୂଲ୍ୟ କୁଇଣ୍ଟାଲ ପିଛା ୧୭୫୦ ଟଙ୍କାରୁ କମ୍ ଦରରେ ବିକ୍ରି ନ ହେଉଥିବା ନେଇ ସମବାୟ ମନ୍ତ୍ରୀ ବିରୋଧି ଦଳକୁ ପୂର୍ବରୁ ଚ୍ୟାଲେଞ୍ଜ କରିଥିଲେ ।

Leave A Reply

Your email address will not be published.