Latest Odisha News

BREAKING NEWS

ହକି ବିଶ୍ୱକପ: ଓଡ଼ିଶାକୁ ରେକର୍ଡ଼ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ପର୍ଯ୍ୟଟନ ଲାଗି ବେଶ୍ ଭଲ ସମୟ ଚାଲିଛି । ଓଡ଼ିଶାକୁ ୨୦୧୮ ମସିହା ଡ଼ିସେମ୍ବର ମାସରେ ୨୨ ଲକ୍ଷ ଘରୋଇ ପର୍ଯ୍ୟଟକ ଆସିଥିବା ବେଳେ ପ୍ରାୟ ୧୫,୦୦୦ ବିଦେଶୀ ପର୍ଯ୍ୟଟକ ଗତ ୨ ମାସ ମଧ୍ୟରେ ଓଡ଼ିଶା ପରିଦର୍ଶନ କରିଛନ୍ତି ।

ଭାରତର ଅଗ୍ରଣୀ ବ୍ୟବସାୟ ଭିତ୍ତିକ ଖବରକାଗଜ ବିଜିନେସ ଷ୍ଟାଣ୍ଡାର୍ଡ଼ରେ ଗୁରୁବାର ଦିନ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ନଭେମ୍ବର ୨୮ରୁ ଡ଼ିସେମ୍ବର ୧୬ ତାରିଖ ମଧ୍ୟରେ ଓଡ଼ିଶା ଓଡ଼ିଶା ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟସମୟରେ ଏହି ପର୍ଯ୍ୟଟକମାନେ ଅଧିକ ପରିମାଣରେ ପରିଦର୍ଶନ କରିଛନ୍ତି ।

ତେବେ ଟ୍ରାଭେଲ୍ ଇଣ୍ଡଷ୍ଟ୍ରି ବିଶେଷଜ୍ଞ ବେଞ୍ଜାମିନ୍ ସାଇମନ୍ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ବାର୍ଷିକ ପର୍ଯ୍ୟଟନ ଅଭିବୃଦ୍ଧି ହେବା ସହିତ ଚଳିତ ପର୍ଯ୍ୟଟନ ଋତୁରେ ମଧ୍ୟ ଭଲ ପର୍ଯ୍ୟଟକ ଓଡ଼ିଶାକୁ ପରିଦର୍ଶନ କରିଛନ୍ତି ।

ଏସମ୍ପର୍କରେ ‘ଓଡ଼ିଶା ସମ୍ବାଦ’କୁ ସେ କହିଛନ୍ତି, “ଏଥର ଆମେ ଅସମ୍ଭବ ସଂଖ୍ୟକ ପର୍ଯ୍ୟଟକ ଆସିଥିବା ଦେଖିଲୁ……ପ୍ରକୃତରେ ଏହା ପର୍ଯ୍ୟଟନ ଶିଳ୍ପ ଲାଗି ଏକ ଆଶୀର୍ବାଦ ସ୍ୱରୂପ । ଏବେ ପୁରୀ ଓ ଭୁବନେଶ୍ୱରର ପ୍ରାୟ ସମସ୍ତ ହୋଟେଲ ଗୁଡ଼ିକ ପର୍ଯ୍ୟଟକମାନଙ୍କ ଦ୍ୱାରା ସବୁବେଳେ ଭରି ରହୁଛି ବୋଲି ଅନୁସନ୍ଧାନରୁ ଜାଣିବାକୁ ମିଳିଛି, ଏହା ରାଜ୍ୟ ଲାଗି ଅତ୍ୟନ୍ତ ଖୁସିର ଖବର ।”

“ପ୍ରକୃତରେ ଦେଖିବାକୁ ଗଲେ ଏହି ବିରାଟ ଇଣ୍ଟେକୁ ସଫଳ ଭାବେ ପରିଚାଳନା କରାଯାଇଥିବା ଯୋଗୁଁ ଏହା ବିଶ୍ୱ କ୍ରୀଡ଼ା ଜଗତ ଲାଗି ଏକ ଉଦାହରଣ ସୃଷ୍ଟି କରିପାରିଛି । ଏହି କ୍ରୀଡ଼ା ଇଭେଣ୍ଟରେ ଘରୋଇ ପରିଦର୍ଶକଙ୍କ ସମେତ ବହୁ ସଂଖ୍ୟାରେ ବିଦେଶୀ ପରିଦର୍ଶକ ତଥା ଦୂତାବାସର କାର୍ଯ୍ୟକର୍ତ୍ତା ଜର୍ମାନୀ, ଇଟାଲୀ ତଥା ଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଛନ୍ତି । ଏଠାରୁ ବିଭିନ୍ନ ବିମାନ ବନ୍ଦର ମଧ୍ୟରେ ଯୋଗାଯୋଗ ବୃଦ୍ଧି ଘଟିବା ମଧ୍ୟ ଆଇସିଂ ଇନ ଦ କେକ୍ ସଦୃଶ ପରି କାର୍ଯ୍ୟ କରିଛି,” ବୋଲି ସେ କହିଛନ୍ତି ।

Leave A Reply

Your email address will not be published.