Latest Odisha News

BREAKING NEWS

ଦୀପ ଜାଳିବା ବଦଳରେ ଗୁଳି ଫୁଟାଇଲେ ବିଜେପି ନେତ୍ରୀ, ଭିଡିଓ ଭାଇରାଲ

ୟୁପି: ଦୀପ ଜାଳିବା ବଦଳରେ ଫୁଟିଲା ଗୁଳି । ହାତରେ ବନ୍ଧୁକ ଧରି ଦୀପ ନ ଜାଳି ଗୁଳି ଫୁଟାଇଲେ ବିଜେପି ନେତ୍ରୀ । ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଳାର ଜଣେ ବିଜେପି ନେତ୍ରୀ କିଛି ଏଭଳି କରି ଏବେ ଅଡୁଆରେ ପଡିଛନ୍ତି ।
ରବିବାର ରାତି ୯ଟାରେ ୯ମିନିଟ୍ ପାଇଁ ଦୀପ, ଲାଇଟ କିମ୍ବା ଟର୍ଚ୍ଚ ଜାଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅପିଲ କରିଥିଲେ । ତେବେ ଏହି ସମୟରେ ବିଜେପି ନେତ୍ରୀ ମଂଜୁ ତିୱାରୀ କିନ୍ତୁ ବନ୍ଧୁକରେ ଗୁଳି ଫୁଟାଇଥିଲେ । ତାଙ୍କ ଗୁଳି ଫୁଟାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାପରେ ତାଙ୍କ ବିରୋଧରେ ୟୁପି ପୋଲିସ ମାମଲା ରୁଜୁ କରିଛି ।

ଏହି ଭିଡିଓରେ ମଞ୍ଜୁଙ୍କ ହାତରେ ଏକ ବନ୍ଧୁକ ରହିଛି । ଯେଉଁଥିରେ ସେ ଲଗାତାର ଭାବେ ଗୁଳିଚାଳନା କରୁଛନ୍ତି । ଏହାସହ ତାଙ୍କ ପାଖରେ ଥିବା କିଛି ବ୍ୟକ୍ତି ତାଳି ମଧ୍ୟ ମାରୁଥିବା ଦେଖିବାକୁ ମିଳିଛି । ସେ ନିଜ ଫେସବୁକ ଆକାଉଣ୍ଟରେ ଏହି ଭିଡିଓ ଅପଲୋଡ କରିଥିଲେ । ପରେ ଏହାକୁ ଡିଲିଟ୍ କରିଦେଇଛନ୍ତି । ତେବେ ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ, ସେ ଦୀପାବଳି ଭାବେ ଏହାକୁ ପାଳନ କରିଥିଲେ । କାରଣ ତାଙ୍କ ଆଖପାଖ ଅଞ୍ଚଳର ଲୋକମାନେ ଦୀପ ଜାଳିବା ସହ ବାଣ ମଧ୍ୟ ଫୁଟାଇଥିଲେ ।
ମଂଜୁ ତିୱାରୀ ଏବେ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଳା ସଭାନେତ୍ରୀ ଅଛନ୍ତି । ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଦେବ ରଞ୍ଜନ ବର୍ମା କହିଛନ୍ତି ଯେ, ଆଇପିସି ଧାରା ଅନୁସାରେ ମଞ୍ଜୁଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.