ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆଉ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି । ତେଣୁ ଏହି କ୍ଷେତ୍ରରେ ମହିଳାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଘର ଭିତରେ ମହିଳାମାନେ ତଥା ସବୁ ମାଆମାନେ ପୋଲିସ ହେବା ଦରକାର । ପରିବାର ଲୋକଙ୍କୁ ଘରୁ ଗୋଡ ନ କାଢ଼ିବାକୁ ତାଗିଦ କରନ୍ତୁ ବୋଲି ମିଶନଶକ୍ତିର କମିଶନର ସୁଜାତା କାର୍ତ୍ତିକେୟନ କହିଛନ୍ତି।
ମାଆମାନେ ଘରର ପୋଲିସ ହୋଇ ନିଜ ପରିବାର ସଦସ୍ୟଙ୍କୁ ବାହାରକୁ ନବାହାରିବା ପାଇଁ କହିବେ । ଆବଶ୍ୟକ ନଥିଲେ ଅଯଥାରେ ବାହାରକୁ ବାହାରିବେନି । ସବୁଦିନ ସଜ ପରିବା ବଜାରରୁ ଆଣିବା ଏଭଳି ସମୟରେ ଟିକେ ଦୂରାନ୍ତୁ । ତେବେ କରୋନା ଔଷଧ ଆମ ହାତରେ ଅଛି, ତେଣୁ ଘରେ ରହି କରୋନାକୁ ହରାଇବାକୁ ମାଆମାନଙ୍କୁ ସୁଜାତା କାର୍ତ୍ତିକେୟନ ପରାମର୍ଶ ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, କରୋନା ବିରୋଧୀ ଲଢେ଼ଇରେ ମିଶନଶକ୍ତିର ମହିଳାମାନଙ୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାମାନେ ବିଭିନ୍ନ ସ୍ଥାନରେ ରାସନ ଦୋକାନ ଖୋଲିବା ସହ ଲୋକଙ୍କ ପାଖରେ ମୋବାଇଲ ଭ୍ୟାନ ଜରିଆରେ ସେବା ପହଞ୍ଚାଇଛନ୍ତି । ଅସହାୟଙ୍କୁ ରନ୍ଧାଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମିଶନ ଶକ୍ତିର ମହିଳାମାନେ ବି ବିଭିନ୍ନ ଜିଲ୍ଲାରେ ରନ୍ଧାଖାଦ୍ୟ ଯୋଗାଇଛନ୍ତି । ତେବେ ଆଜି ପର୍ୟ୍ୟନ୍ତ ୨୫ ଲକ୍ଷ ରନ୍ଧାଖାଦ୍ୟ ଅସହାୟଙ୍କୁ ଯୋଗାଇଥିବା ବେଳେ ଆଗକୁ ମଧ୍ୟ ମହିଳାମାନେ ଏହି କାମ ଜାରି ରଖିବେ । ତେବେ ବଜାରରେ ଯେତେବେଳେ ମାସ୍କର ଅଭାବ ଦେଖା ଦେଇଥିଲା । ସେତେବେଳେ ମହିଳାମାନେ ଲୋକଙ୍କ ପାଖରେ ମାସ୍କ ପହଞ୍ଚାଇବାକୁ ନିଜେ ସିଲେଇ କରି ମାସ୍କ ବାଣ୍ଟିଛନ୍ତି ବୋଲି ସୁଜାତା କାର୍ତ୍ତିକେୟନ କହିଛନ୍ତି ।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.