Latest Odisha News

BREAKING NEWS

ଲୁଟେରାଙ୍କ ଗୁଳିମାଡ଼ରେ ବିଜେପି ନେତା ମୃତ

ପାଟନା: ବିହାରର ରାଜଧାନୀ ପାଟନରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା । ରାସ୍ତା କଡରେ ଠିଆ ହୋଇଥିବା ଶ୍ୟାମ ସୁନ୍ଦର ଶର୍ମା ଓରଫ ମୁନାଙ୍କୁ କିଛି ଦୁର୍ବୁତ୍ତ ଗୁଳି କରି ହତ୍ୟା କରିଛନ୍ତି । ମୁନା ଶର୍ମାଙ୍କ ବୟସ ୫୫ବର୍ଷ ବୋଲି ଜଣାପଡ଼ିଛି ।

ଖବର ମୁତାବକ, ଗତକାଲି ଶ୍ୟାମ ସୁନ୍ଦର ଶର୍ମାଙ୍କ ପୁଅଙ୍କ ନିର୍ବନ୍ଧ ଥିଲା । ସେଥିପାଇଁ ତାଙ୍କ ଘରକୁ କିଛି ବନ୍ଧୁବାନ୍ଧବ ଆସିଥିଲେ । ସେହି ବନ୍ଧୁବାନ୍ଧବଙ୍କ ମଧ୍ୟରୁ କେତେ ଜଣଙ୍କୁ ଆଜି ଭୋରରେ ସେ ଅଟୋରେ ବସାଇବା ପରେ ରାସ୍ତାକଡ଼ରେ ବସିଥିବା ବେଳେ ତିନି ଜଣ ବ୍ୟକ୍ତି ବାଇକରେ ଆସି ତାଙ୍କ ନିକଟରେ ପହଞ୍ଚିଥିଲେ । ସେମାନେ ଚେନ୍ ଲୁଟେରା ଥିବା ବେଳେ ତାଙ୍କୁ ଟମା ଓଟରା କରିଥିଲେ । ଏହି ସମୟରେ ଶ୍ୟାମଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଏହି ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବାବେଳେ, ଫୁଟେଜକୁ ଆଧାର କରି ଯାଞ୍ଚ କରୁଛି ପୋଲିସ । ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଚିହ୍ନଟ କରିଥିବା କହିଛି ।

Comments are closed.