Latest Odisha News

BREAKING NEWS

ବିଜେପି ନେତାଙ୍କ ହାତକୁ ପଥରରେ ଛେଚି ଦେଲେ ବିଜେଡି କର୍ମୀ, ଏଠି ବି ସବୁ ଦେଖୁଥିଲା ପୋଲିସ?

ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ହାତରେ ଆଉ ତିନ ଦିନ ରହିଛି। ଏହାପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି।

ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ହିଂସା ଦେଖିବାକୁ ମିଳିଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ଲହୁ ଲହୁଣା ହୋଇଥିବା ଅଭିଯୋଗ ହୋଇଛି। ଗଂଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁ ଚାନ୍ଦବାଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ। ଏହି ସମୟରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତୋଟାପଡ଼ାରେ  ସଂଘବଦ୍ଧ ଭାବେ ସୁବାସ ସାହୁ ଓ ତାଙ୍କ ୫ ସାଥୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବଡ କଥା ହେଉଛି ଏଠାରେ ମଧ୍ୟ ପୋଲିସ ଉପସ୍ଥିତିରେ ହିଂସା ହୋଇଛି। ଆଉ ପୋଲିସ ଜଳକା ସାଜିଥିବା ଅଭିଯୋଗ ହୋଇଛି।

ଗାଡ଼ି ଭଙ୍ଗାରୁଜା ସହ ସୁବାସଙ୍କ ହାତକୁ ପଥରରେ ଛେଚି ଭାଙ୍ଗିଦେଇଥିବା ସୂଚନା ରହିଛି। ବିଜେଡି ସମର୍ଥକ ମାନେ ଆକ୍ରମଣ  କରିଥିବା ଅଭିଯୋଗ ରହିଛି। ଆଉ ପୋଲିସ ଜଳକା ସାଜିଥିବା ଅଭିଯୋଗ ରହିଛି। ଏପରି କରି ପୋଲିସ ଶାସକ ଦଳ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନା କରୁଥିବା ଅଭିଯୋଗ ରହିଛି।

ସୁବାସ ସାହୁ ଅଭିଯୋଗ କରିଛନ୍ତି ଯେ ସେ ଓ ତାଙ୍କ ସହଯୋଗୀ କାରରେ ଯାଉଥିଲେ। ଏହି ସମୟରେ ବିଜେଡି ବିଧାୟକ ବ୍ୟାମକେଶ ରାୟଙ୍କ ଗାଡି ଅତିକ୍ରମ କରିଥିଲା। ଆମର ଗାଡିଟି ଗଞ୍ଜାମର ହୋଇଥିବା ଜାଣିବା ପରେ ବିଧାୟକଙ୍କ ସମର୍ଥକ ଓହ୍ଲାଇ ଆସି ଅଟକାଇଥିଲେ। ପରେ ମରଣାନ୍ତକ ଆକ୍ରମଣ କରିଛନ୍ତି। କାରରେ ବସିଥିବା ସହଯୋଗୀମାନେ ମଧ୍ୟ ଆହତ ହୋଇଛନ୍ତି। ବିଧାୟକଙ୍କ ସମର୍ଥକମାନେ ଇଟା ପଥର ଫିଙ୍ଗିଥିଲେ। ପରେ ତାଙ୍କ ହାତ ଉପରେ ଇଟା ପଥର ଛେଚିଛନ୍ତି। ସୁବାସଙ୍କ ଶାର୍ଟ ମଧ୍ୟ ଚିରି ଦେଇଥିଲେ ବୋଲି ଅଭିଯୋଗ ରହିଛି। ଚାନ୍ଦବାଲିରେ ବିଜେପିର ବିଧାୟକ ପ୍ରାର୍ଥୀ ମନମୋହନ ସାମଲ ରହିଥିବା ବେଳେ ବିଜେଡିର ପ୍ରାର୍ଥୀ ରହିଛନ୍ତି ବ୍ୟୋମକେଶ ରାୟ।

ଏହାପୂର୍ବରୁ ଛେଣ୍ଡିପଦାରେ ଭୋଟରଙ୍କ ଉପରକୁ ବିଜେଡି ବିଧାୟକ ପ୍ରାର୍ଥୀ ଆକ୍ରମଣ କରିଥିଲେ। ଏହି ସମୟରେ ପୋଲିସ ଉପସ୍ଥିତ ଥିଲେ ସୁଦ୍ଧା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ରହିଛି। ସେହିପରି ବ୍ରହ୍ମପୁରରେ ନିର୍ବାଚନ ବେଳେ ପୋଲିସ ଉପସ୍ଥିତିରେ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଆଉ ଏଠି ବି ପୋଲିସ ସବୁ ଦେଖି ନିରବ ରହିଥିବା ଅଭିଯୋଗ ରହିଛି।

Comments are closed.