Latest Odisha News

କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡାଙ୍କ ବାଜିମାତ୍

କେନ୍ଦ୍ରାପଡା: ଦୀର୍ଘ ୨୫ ବର୍ଷର ସରକାରର ପତନ ଘଟିଛି । ଓଡ଼ିଶାରେ ଫୁଟିଛି ପଦ୍ମ । ଯାହାକୁ ନେଇ ଚାରିଆଡେ ଉତ୍ସବର ମାହୋଲ । ସେପଟେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିପୁଳ ସଂଖ୍ୟକ ଭୋଟରେ ବିଜୟୀ ହୋଇଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ୫ ଲକ୍ଷ ୭୬ ହଜାର ୭୯୯ ଭୋଟରେ ବିଜୟ ଲାଭ କରିଛନ୍ତି ବୈଜୟନ୍ତ ।

ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ୬୨ ହଜାର ୬୦ ଖଣ୍ଡ ଭୋଟରେ ପରାସ୍ତ କରି ବାଜି ମାରିଛନ୍ତି ବୈଜୟନ୍ତ । ୨୦୧୪ରେ କେନ୍ଦ୍ରାପଡା ଆସନରେ ବିଜେଡି ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ବୈଜୟନ୍ତ । କିନ୍ତୁ ପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡି ବିଜେପିରେ ମିଶିଥିଲେ । ତେବେ ଗତ ନିର୍ବାଚନରେ ଦେଢ଼ ଲକ୍ଷରୁ ଅଧିକ ଭୋଟରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ ବୈଜୟନ୍ତ । ଏଥର ପୁଣିଥରେ ନିଜ କ୍ଷମତାକୁ ଫେରିଛନ୍ତି ସେ ।

ସେପଟେ ସମ୍ବଲପୁର ଲୋକସଭା ଆସନରେ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ୧ ଲକ୍ଷ ୧୨ ହଜାର ୯୮୪ ଭୋଟ୍ ବ୍ୟବଧାନରେ ପ୍ରଣବ ପ୍ରକାଶ ଦାସଙ୍କୁ ହରାଇ ବିଜୟ ହୋଇଛନ୍ତି । ବିଜୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବରେ ସାମିଲ ହୋଇଛନ୍ତି । ପରସ୍ପରଙ୍କୁ କେକ୍ ଖୁଆଇ  ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.