ସୁବର୍ଣ୍ଣପୁର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ୪ ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଦେଉଛନ୍ତି ଲୋକେ । ତେବେ ରାଜ୍ୟରେ ଦିନ ୧ଟା ସୁଦ୍ଧା ୩୯.୩୦ ପ୍ରତିଶତ ମତଦାନ ହୋଇଛି ।
ସେହିପରି ଆସନ୍ତା ମେ’ ୨୦ ତାରିଖରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୩ ଦଳ ବିଜେଡି, ବିଜେପି, କଂଗ୍ରେସ ପ୍ରାର୍ଥି ମାନେ ଏବେ ନିଜ ନିଜର ସାଂସଦ ପ୍ରାର୍ଥି ମାନଙ୍କୁ ସାଙ୍ଗରେ ଧରି ପ୍ରଚାର କରୁଥିବା ଦେଖିବାକୁ ମିଳୁଛି l
ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ସଦର ଦିଗଶିରା, କାପାସିରା, ପହଣ୍ଡି ଆଦି ଗାଁ ଗୁଡିକରେ ବିଜେପି ଦଳର ସୋନପୁର ବିଧାନସଭାର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର ଓ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓ ପ୍ରଚାରକୁ ଜୋରଦାର କରିବା ସହିତ ଭୋଟ୍ ଭିକ୍ଷା କରିଛନ୍ତି l
ଏହି ସମସ୍ତ ଗାଁରେ ପ୍ରଚାର କରିବା ସହିତ ବିଭିନ୍ନ ବୈଠକ ମଧ୍ୟ ଆୟୋଜନ କରି ମୋଦି ଗ୍ୟାରେଣ୍ଟି କାର୍ଡ ସହିତ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ ବିଧାୟକ ଓ ସାଂସଦ ପ୍ରାର୍ଥୀ l ଚଳିତ ମେ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନରେ ବିଜେପି ଦୁଇ ପ୍ରାର୍ଥିଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରିଛନ୍ତି l
ଆଗାମୀ ଦିନରେ ସ୍ଥାନୀୟ ଲୋକେ ପୁଣି ମୋଦି ଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ମନ ବଳାଇଥିବା ବେଳେ ଓଡିଶାରେ ପରିବର୍ତ୍ତନ ସହିତ ଡବଲ ଇଂଜିନ ସରକାର ହେବ ବୋଲି କହିଥିଲେ ବିଧାୟକ ଓ ସାଂସଦ ପ୍ରାର୍ଥୀ
Comments are closed.