ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ? ଏନେଇ କଳ୍ପନା ଜଳ୍ପନା ଜାରି ଥିବାବେଳେ ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ। ଏଣୁ ଯେ କୌଣସି ମୁହୂର୍ତ୍ତରେ ଦିଲ୍ଲୀ ସିଏମଙ୍କ ନାଁ ଘୋଷଣା କରିପାରେ କେନ୍ଦ୍ରୀୟ ବିଜେପି। ଆଜି ମୁଖ୍ୟମନ୍ତ୍ରୀ ନାଁରେ ବାଜିପାରେ ମୋହର। ସିଏମ ରେସରେ ଜଣେ ମହିଳାଙ୍କ ସହ ୫ ଜଣ ସାମିଲ ଅଛନ୍ତି।
ଅନ୍ୟପଟେ ଜୋରସୋରରେ ଚାଲିଛି ଶପଥ ସମାରୋହ ପ୍ରସ୍ତୁତି। ଶପଥଗ୍ରହଣ ସମାରୋହ ଦିଲ୍ଲୀର ରାମଲୀଳା ମୈଦାନରେ ହେବ। ଏଥିପାଇଁ ମଞ୍ଚକୁ ପ୍ରସ୍ତୁତ କରାଯାଉଛି। ଆସନ୍ତାକାଲି ଅର୍ଥାତ୍ ୨୦ ଫେବୃଆରୀ ଦିନ ଶପଥ ଗ୍ରହଣ ସମାରୋହ ରାମଲିଲା ମୈଦାନରେ ହେବା ସମ୍ଭାବନା ରହିଛି। ଶପଥ ଗ୍ରହଣ ସମାରୋହର ସମୟରେ ପରିବର୍ତ୍ତନ ହୋଇ ଅପରାହ୍ନ ୪.୩୦ ମିନିଟ୍ ବଦଳରେ ଦିନ ୧୧ଟାରେ ଅନୁଷ୍ଠିତ ହେବ। ତେବେ କାର୍ଯ୍ୟକ୍ରମର ବ୍ୟବସ୍ଥା ତଦାରଖ ଲାଗି ବିଜେପି ତାୱଡ଼େ ଓ ଚୁଘ୍ଙ୍କୁ ପ୍ରଭାରୀ କରିଛି। ସଚଦେବା, ଚୁଘ୍ ଓ ତାୱଡ଼େ ଆଜି ରାମଲୀଳା ମୈଦାନର ନୀରିକ୍ଷଣ ମଧ୍ୟ କରିଛନ୍ତି ।
୨୭ବର୍ଷ ପରେ ଦେଶର ରାଜଧାନୀରେ ଦିଲ୍ଲୀରେ ବିଜେପି ସରକାର ଗଠନ କରିଛି। ଆଜି ସନ୍ଧ୍ୟାରେ ବିଜେପି ବିଧାୟକ ଦଳର ଏକ ବୈଠକ ହେବ ଏବଂ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଚୟନ କରାଯିବ। ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏନଡିଏର ସହଯୋଗୀ ଦଳ ନେତା ବି ଏଥିରେ ସାମିଲ ହେବେ। ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଶପଥଗ୍ରହଣ ସମାରୋହରେ ସାମିଲ ହେବେ।
Comments are closed.