Latest Odisha News

BREAKING NEWS

ବିଜେପିର ମେଗା ପ୍ଲାନ; ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସମଗ୍ର ଅଯୋଧ୍ୟାକୁ ଦିପାବଳୀ ପରି ସଜାଯିବ, ଦୈନିକ ୫୦ ହଜାର ଭକ୍ତ କରିବେ ଦର୍ଶନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ସମ୍ପର୍କରେ ଆଜି (ମଙ୍ଗଳବାର) ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାନୁଆରୀ ୨୨ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସମଗ୍ର ଅଯୋଧ୍ୟା କୁ ଦିପାବଳୀ ପରି ସଜାଯିବ । ଏଥିପାଇଁ ବିଜେପି କର୍ମୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯିବାନେଇ ବୈଠକରେ ନିଷ୍ପତ୍ତି ହୋଇଛି ।

ଏହା ସହିତ କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ କୁହାଯାଇଛି ଯେ, ଜାନୁଆରୀ ୨୨ ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ର ସିଧାପ୍ରସାରଣ କରାଇବେ ଯେପରି ଦେଶର ପ୍ରତ୍ୟେକ ଜନତା ଏହାକୁ ଦେଖିପାରିବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟକର୍ମୀ ମାନଙ୍କୁ ସମ୍ବୋଧିତ କରି କହିଛନ୍ତି, “ବ୍ୟବସ୍ଥା ଏପରି ହେବା ଉଚିତ ଯେ ସମସ୍ତେ ଭଲ ଦର୍ଶନ ପାଇପାରିବେ, କେହି ଯେପରି ଅସୁବିଧା ରେ ପଡନ୍ତି । ବିନା ଭେଦଭାବରେ ଦର୍ଶନ କରାଇବାକୁ ହେବ”।

ପ୍ରାଣପ୍ରତିଷ୍ଠା ପରେ ସାଧାରଣ ଜନତାଙ୍କୁ ରାମ ମନ୍ଦିର ପରିଦର୍ଶନ କରିବାରେ ସହଯୋଗ କରିବାକୁ କୁହାଯାଇଛି । ନଡ୍ଡା କହିଛନ୍ତି ଯେ, ପ୍ରତ୍ୟେକ ବୁଥ ଲେବଲରୁ ରାମ ମନ୍ଦିର ଦେଖିବା ପାଇଁ ବିଜେପି କର୍ମୀ ଜନତାଙ୍କୁ ନେଇଯିବେ ଏବଂ ଏଥିପାଇଁ ଜାନୁଆରୀ ୨୫ ରୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଏକ ଅଭିଯାନ ଚାଲିବ, ଯେଉଁଥିରେ ବିଜେପି କର୍ମୀଙ୍କୁ ରାମ ମନ୍ଦିର ଦେଖିବା ପାଇଁ ନେଇଯିବ ।
ଏହା ମଧ୍ୟ କୁହାଯାଇଛି ଯେ ଦିନକୁ ପ୍ରାୟ ୫୦ ହଜାର ଲୋକଙ୍କୁ ରାମ ମନ୍ଦିର ଦେଖିବାକୁ ନିଆଯିବ ଏବଂ ବିଜେପି ପକ୍ଷରୁ ଏହି ୫୦ ହଜାର ଲୋକଙ୍କ ରହିବା ପାଇଁ ଆଯୋଧ୍ୟାରେ ଆୟୋଜନ ଆରମ୍ଭ କରାଯାଇଛି । ଭକ୍ତମାନେ ଅଯୋଧ୍ୟାକୁ ଆସିବା ପାଇଁ ପ୍ରତିଦିନ ୩୫ ଟି ଟ୍ରେନ୍ ଚଳାଚଳ କରିବ, ଏହି ଟ୍ରେନ୍ ଗୁଡିକ ୪୩୦ ସହରରୁ ଚାଲିବ । ସମ୍ପ୍ରତି ୩୭ ଟି ଟ୍ରେନ୍ ଅଯୋଧ୍ୟା ଦେଇ ଚଳାଚଳ କରୁଛି ।

ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହା, ବିଏଲ୍ ସନ୍ତୋଷ, ସୁନୀଲ ବଂଶଲ, ବିନୋଦ ତାବଡେ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.