Latest Odisha News

BREAKING NEWS

ମନଇଚ୍ଛା ICUରେ ଆଡମିଶନ୍ କରିପାରିବେନି ଡାକ୍ତର, ଆସିଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଏଣିକି ରୋଗୀଙ୍କୁ ଆଇସିୟୁରେ ମନଇଚ୍ଛା ଆଡମିଶନ୍ କରି ପାରିବେନି ଡାକ୍ତର । ଏହା ଉପରେ ଲାଗିବ ରୋକ୍ । କେବଳ ଗୁରୁତର ରୋଗୀଙ୍କୁ ଆଇସିୟୁରେ ଆଡମିଶନ୍ କରାଯିବ। ଆସିୟୁରେ ଚିକିତ୍ସାଧୀନ ରୋଗୀଙ୍କୁ ଡିସଚାର୍ଜ କରିବା ସମୟରେ ଥିବା ନିୟମର ପାଳନ କରିବା ଜରୁରୀ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ମାର୍ଗଦର୍ଶିକା ଅନୁଯାୟୀ ଆଇସିୟୁରେ ଆଡମିଶନ୍ କରିବା ପୂର୍ବରୁ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କିତ ସମସ୍ତ ବିବରଣୀ ରେକର୍ଡ କରାଯିବ । କେଉଁ ପରିସ୍ଥିତିରେ ରୋଗୀଙ୍କୁ ଆଇସିୟୁରେ ଆଡମିଶନ୍ କରାଗଲା, ତାହାର କାରଣ ସମ୍ପୃକ୍ତ ଡାକ୍ତର ଲେଖିବେ । ତେବେ ଏହି ମାର୍ଗଦର୍ଶିକା ଆଇସିୟୁ ଶଯ୍ୟା ଅଭାବ ଦୂର କରିବାରେ ସହାୟକ ହେବ ବୋଲି କୁହାଯାଇଛି ।

ଅପରପକ୍ଷେ ମନଇଚ୍ଛା ଆଇସିୟୁରେ ଆଡମିଶନ୍ କରି ଅନେକ ଘରୋଇ ଡାକ୍ତରଖାନା ଅର୍ଥ ଶୋଷଣ କରୁଥିବା ଅଭିଯୋଗ ମଧ୍ୟ ହୋଇଛି । କ୍ରିଟିକାଲ ମେଡ଼ିିସିନର ୨୪ ଜଣ ଅଭିଜ୍ଞ ଡାକ୍ତରଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏହି ମାର୍ଗଦର୍ଶିକା ଓଡ଼ିଶାରେ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ବିଭିନ୍ନ ଦେଶରେ ଆଇସିୟୁ ଚିକିତ୍ସା ପାଇଁ ମାର୍ଗଦର୍ଶିକା ରହିଥିବା ବେଳେ ପ୍ରଥମଥର ପାଇଁ ଭାରତରେ ଏପରି ନିୟମ ଲାଗୁ କରାଯିବ ।

ଅଧିକାଂଶ କ୍ଷେତ୍ରରେ ଦେଖାଯାଇଥାଏ ଯେ ରୋଗୀଙ୍କ ଅବସ୍ଥା ସାମାନ୍ୟ ଖରାପ ହେଲେ, ଡାକ୍ତରଖାନାରେ ପହଞ୍ଚିବା କ୍ଷଣି ସେମାନଙ୍କୁ ତୁରନ୍ତ ଇଣ୍ଟେନସିଭ୍‌ କେୟାର୍‌ ୟୁନିଟ୍‌‌ (ଆଇସିୟୁ)ରେ ଭର୍ତ୍ତି କରିଦିଆଯାଏ। ଆଇସିୟୁରେ ରଖି ଚିକିତ୍ସା କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି କି ନାହିଁ, ତାହା ତର୍ଜମା କରିବାକୁ ମଧ୍ୟ ଅଧିକାଂଶ ଡାକ୍ତର ଜରୁରୀ ଭାବନ୍ତି ନାହିଁ। ସରକାରୀ ଡାକ୍ତରଖାନା ହେଉ କିମ୍ବା ଘରୋଇ, ସବୁଠି ସମାନ ଅବସ୍ଥା। କିନ୍ତୁ ଆଗକୁ ଏପରି ହେବ ନାହିଁ।

Leave A Reply

Your email address will not be published.