ଚଣ୍ଡୀଗଡ: କୃଷି ଆଇନକୁ ବିରୋଧ କରିବା ଆଳରେ କେତେକ ଚାଷୀ ହିଂସାକାଣ୍ଡ କରିବାକୁ ପଛାଉ ନାହାନ୍ତି । ପ୍ରଥମେ ସରକାର, ପରେ ସାଥୀ କୃଷକ ଏବଂ ଧୀରେ ଧୀରେ ସେମାନେ ଜନସାଧାରଣଙ୍କ ବିଶ୍ୱାସ ହରାଉଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଚାଷୀ ବି ହିଂସାକାଣ୍ଡ କରିପାରେ ? ଅମ୍ରିତସରରେ ବିଜେପି ବିଧାୟକ ଅରୁଣ ନାରଙ୍ଗ ପଞ୍ଜାବ ସରକାରଙ୍କ ଏକ ନିଷ୍ପତିକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ କରିଥିଲେ ।
ସେଠାରେ ବିଧାୟକ ପଂହଚିବାମାତ୍ରେ ଉପସ୍ଥିତ ଥିବା କୃଷକମାନେ ଘେରି ଯାଇ ମାଡ ମାରିଥିଲେ । ଏପରି କି ତାଙ୍କ ଶାର୍ଟ ଚିରି ଦେଇଥିଲେ । ପୋଲିସ ପଂହଚି ବିଧାୟକଙ୍କୁ ଉଦ୍ଧାର କରିଥିଲେ । ସୋସିଆଲ ମିଡିଆରେ ଏହି ଘଟଣା ଏବେ ଭାଇରାଲ ହୋଇଛି । ପଞ୍ଜାବ ବିଜେପି କାର୍ଯ୍ୟକାରିଣୀ ସଭାପତି ବରୁଣ ପୁରୀ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରିଛନ୍ତି ।
Comments are closed.