ଲକ୍ଷ୍ନୌ: ଭାରତୀୟ ଜନତା ପାର୍ଟିର ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଶୁତୋଷ ଟଣ୍ଡନଙ୍କର ପରଲୋକ । ଚିକିତ୍ସାଧୀନ ଅବସ୍ଥାର ତାଙ୍କର ଦେହାନ୍ତ ହୋଇଛି । ମନ୍ତ୍ରୀ ଆଶୁତୋଷ ଟଣ୍ଡନ ଓରଫ ଗୋପାଳଜୀ ଉତ୍ତରପ୍ରଦେଶର ପୂର୍ବ ଲକ୍ଷୌର ବିଧାୟକ ଥିଲେ । ସେ ଦୀର୍ଘଦିନ ଧରି କ୍ୟାନସର ରେ ପୀଡିତ ହୋଇ ମେଦାନ୍ତା ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେ ବରିଷ୍ଠ ନେତା ଲାଲଜୀ ଟଣ୍ଡନଙ୍କର ପୁଅ ।
ଆଶୁତୋଷଙ୍କ ନିଧନରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ଯେ, ଉତ୍ତରପ୍ରଦେଶର ପୂର୍ବମନ୍ତ୍ରୀ ତଥା ପୂର୍ବ ଲକ୍ଷୌର ବିଧାୟକ ଆଶୁତୋଷ ଓରଫ ଗୋପାଳଜୀଙ୍କ ନିଧନ ମତେ ଗଭୀର ଦୁଃଖ ଦେଇଛି । ତାଙ୍କର ରାଜନୈତିକ ଜୀବନ ଲକ୍ଷ୍ନୌର ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ହୋଇଥିଲା । ଦଳକୁ ମଜବୁତ କରିବାରେ ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଲକ୍ଷ୍ନୌ ଏବଂ ରାଜ୍ୟର ବିକାଶ ପାଇଁ ତାଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ । ଏହି ଦୁଃଖ ସମୟରେ ମୁଁ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୋର ହୃଦୟରୁ ସମବେଦନା ଜଣାଉଛି ।
उत्तर प्रदेश के पूर्व मंत्री एवं लखनऊ पूर्व के विधायक, श्री आशुतोष टंडन उर्फ़ ‘गोपालजी’ के निधन से मुझे गहरा दुःख हुआ। उनका राजनीतिक जीवन लखनऊ वासियों की सेवा में समर्पित था।पार्टी को मज़बूती देने में भी उनकी महत्वपूर्ण भूमिका रही है।
लखनऊ और प्रदेश के विकास के लिए, उनके द्वारा…
— Rajnath Singh (@rajnathsingh) November 9, 2023
ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଶୁତୋଷ ଟଣ୍ଡନଙ୍କ ଦେହାନ୍ତରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଗୌରବ ଟଣ୍ଡନ ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, “ପୂର୍ବ ଲକ୍ଷ୍ନୌ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଶୁତୋଷ ଟଣ୍ଡନଙ୍କ ପରୋଲକ ଏହା ବ୍ୟକ୍ତିଗତ ଭାବେ ଆମ ପାଇଁ ଏକ ଅପୂରଣୀୟ କ୍ଷତି । ଏପରି ସ୍ଥିତିରେ ଇଶ୍ବର ତାଙ୍କ ପରିବାର ସଦସ୍ୟଙ୍କୁ ଧର୍ଯ୍ୟ ଓ ଶକ୍ତି ଦିଅନ୍ତୁ ।
Comments are closed.