Latest Odisha News

BREAKING NEWS

ପୋଲିସର ନିଦ ହଜେଇଥିଲା ଲୁଟେରା ପାଟୁ, ଶେଷରେ ହେଲା ଗିରଫ

ପୁରୀ: ଦିର୍ଘଦିନ ଧରି ପୁରୀ ପୋଲିସର ନିଦ ହଜେଇଥିବା ଲୁଟେରା ପାଟୁ ଓରଫ ଶାହାଜାହାନ ଖାନକୁ ଗିରଫ କରିଛି ପୁରୀ ପୋଲିସ୍ । ତା’ସହ ତାର ସହଯୋଗୀ ଆନନ୍ଦ ବିଶୋଇକୁ ମଧ୍ୟ ଗିରଫ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁରୀ ଅତିରିକ୍ତ ଏସପି ସୁଶିଲ ମିଶ୍ର ।

ପାଟୁ ଜଣେ ଅନ୍ତଃଜିଲ୍ଲା ଲୁଟେରା । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଭୁବନେଶ୍ଵର ଓ କଟକରେ ଚୋରି, ଡକାୟତି, ଛିନ ତାଇ କରେ ଲୁଟେରା ପାଟୁ । ତା ନାଁରେ ୩୦ରୁ ଅଧିକ ମାମଲା ରହିଛି । ଗତ କିଛିଦିନ ହେବ ସାକ୍ଷୀଗୋପାଳରେ ଛିନତାଇ ଘଟଣା ବଢ଼ିଥିବା ବେଳେ ଏହା ପୋଲିସର ମୁଣ୍ଡ ବ୍ୟଥାର କାରଣ ସାଜିଥିଲା । ତେବେ CCTV ଚେକ୍ ପରେ ଏକ ସନ୍ଧିଗ୍ଧ ବାଇକ୍ ପୋଲିସ୍ ଠାବ କରି ଗାଡିର ନମ୍ୱର୍ ହାସଲ ତଦନ୍ତ ଚଳାଇଥିଲା । ଉକ୍ତ ବାଇକଟି ପାଟୁ ଓରଫ ଶାହାଜାହାନ ଖାନର ବୋଲି ସୁଚନା ପାଇଥିଲା ପୋଲିସ୍ । ପରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ପୋଲିସ୍ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ଗଠନ ହୋଇ ଚଢାଉ କରାଯାଇ ପାଟୁ ଓ ତାର ସହଯୋଗୀ ଆନନ୍ଦକୁ ଗିରଫ କରିଛି ପୋଲିସ ।

ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଙ୍କ ଠାରୁ ୨ଟି ସୁନା ଚେନ୍, ଏକ ବାଇକ୍, ଛୁରୀ ଜବତ କରିଛି ପୋଲିସ୍ । ଲୁଟେରା ପାଟୁ ପୁରୀ ଗୋପ ବଜାରର ମୁସଲିମ ବସ୍ତିରେ ରହୁଥିବା ବେଳେ ତାର ସହଯୋଗୀ ଆନନ୍ଦ ଗଞ୍ଜାମ ଭଞ୍ଜନଗରର ବେଣକୁଦା ଗ୍ରାମର ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.