Latest Odisha News

BREAKING NEWS

BJP MLA :ପ୍ରତିଶ୍ରୁତି ପୂରଣ କରିବା ପରେ ୪ବର୍ଷ ପରେ ଚୁଟି କାଟିଲେ ବିଜେପି ବିଧାୟକ

ମହାରାଷ୍ଟ୍ର: ପ୍ରତିଶ୍ରୁତି ଦେଇଥିଲେ ଲୋକଙ୍କ ସମସ୍ୟାର ସମାଧାନ ନକରିବା ପର୍ଯ୍ୟନ୍ତ ନିଜ କେଶ କାଟିବେ ନାହିଁ । ୪ ବର୍ଷ ତଳେ ନେଇଥିଲେ ଶପଥ ଆଜି କଲେ ଫଳପ୍ରଦ। ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ଏବଂ ଘାଟକୋପର ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ରାମ କଦମ ବହୁ ଧୁମଧାମର ସହିତ ଚାରି ବର୍ଷ ପରେ ତାଙ୍କ କେଶ କାଟିଛନ୍ତି। ଏହି ସମୟରେ ଢୋଲ ବଜାଇ ଓ ବାଣ ଫୁଟାଇ ସମର୍ଥକମାନେ ଉତ୍ସବ ପାଳନ କରିଥିଲେ। ଏହି କେଶ କାଟିବା ପଛରେ ଏକ ରୋଚକ କଥା ରହିଛି  ଜାଣନ୍ତୁ…

ଚାରି ବର୍ଷ ପୂର୍ବେ, ବିଜେପି ନେତା ରାମ କଦମ ନିଜ ଅଞ୍ଚଳର ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଘାଟକୋପରରେ ପାଣି ଯୋଗାଣ ସମସ୍ୟା ସମାଧାନ ନ କରିବା ପର୍ଯ୍ୟନ୍ତ ତାଙ୍କ କେଶ କାଟିବେ ନାହିଁ। ରାମ କଦମ ଦାବି କରିଥିଲେ ଯେ ସେ ଘାଟକୋପରରେ ପାଣି ସମସ୍ୟା ସମାଧାନ କରିଛନ୍ତି। ଘାଟକୋପରରେ ଏବେ ସବୁଠି ପାଣି ଉପଲବ୍ଧ। ଲୋକଙ୍କର ଆଉ ପାଣି ପାଇଁ  କୌଣସି ସମସ୍ୟା ନାହିଁ । ସେଥିପାଇଁ ଏହି ଖୁସିକୁ ବଜାୟ ରଖିବା ପାଇଁ ସେ ଏକ ବଡ଼ ଧରଣ  ର ଭୋଜିର ଆୟୋଜନ କରି ନିଜ କେଶ କାଟିଛନ୍ତି ।

କେଶ କାଟିବା ସମୟରେ, ରାମ କଦମ କହିଥିଲେ ଯେ, ‘ମୁଁ ଖୁସି ଯେ ଏଠାରେ ୨ କୋଟି  ଲିଟରରୁ ଅଧିକ କ୍ଷମତା ସମ୍ପନ୍ନ ପାଣି ଟାଙ୍କି ନିର୍ମାଣ କରାଯିବ’। ପାଞ୍ଚ ବର୍ଷ ପୂର୍ବେ ପାଣି ଅଭାବ ଥିଲା ଆଜି ସମାଧାନ ହୋଇଛି । ବିଧାୟକ କହିଛନ୍ତି, ‘ପାଞ୍ଚ ବର୍ଷ ପୂର୍ବେ, ମୁଁ ଦେଖିଥିଲି ଯେ ପାହାଡ଼ି ଅଞ୍ଚଳରେ କିପରି ପାଣି ଯୋଗାଣ ହୁଏ। ଆଜି, ମୁଁ ଖୁସି ଯେ ଏଠାରେ ପ୍ରାୟ ୨ କୋଟି ଲିଟର ପାଣି କ୍ଷମତା ବିଶିଷ୍ଟ ଟ୍ୟାଙ୍କର ନିର୍ମାଣ ହେବାକୁ ଯାଉଛି’।

ରାମ କଦମ ୨୦୨୪ ବିଧାନସଭା ନିର୍ବାଚନରେ ​​ଘାଟକୋପର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୭୩୧୭୧ ଭୋଟରେ ବିଜୟୀ ହୋଇଥିଲେ, ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶିବସେନା (UBT) ର ସଞ୍ଜୟ ଦତ୍ତାତ୍ରେୟ ଭାଲେରାଓଙ୍କୁ ପରାସ୍ତ କରିଥିଲେ।

 

 

 

Leave A Reply

Your email address will not be published.