Latest Odisha News

BREAKING NEWS

ୟୁପି ନିର୍ବାଚନ: କାନ ଧରି ବସ ଉଠ ହେଲେ ବିଜେପି ବିଧାୟକ

ଲକ୍ଷ୍ନୌ: ନିର୍ବାଚନରେ ଜିତିବା ପାଇଁ ସମସ୍ତ ପ୍ରାର୍ଥୀ ଭୋଟରଙ୍କ ମନ କିଣିବା ପାଇଁ ଚାହାନ୍ତି । ତେବେ ଅସନ୍ତୁଷ୍ଟ ଭୋଟରଙ୍କୁ ମନେଇବା ପାଇଁ କାନ ଧରି ବସ ଉଠ ହୋଇଥିଲେ । ସୋନଭଦ୍ରର ରବର୍ଟସନଗଂ ସିଟରେ ବିଜେପି ପ୍ରାର୍ଥୀ ଭୂପେଶ ଚୌବେ ଗତ ନିର୍ବାଚନରେ ବିଜୟ ହାସଲ କରିଥିଲେ । ନିର୍ବାଚନ ପ୍ରଚାର ବେଳେ ଭୂପେଶ ତାଙ୍କ ଚୌକି ଉପରେ ଛିଡା ହୋଇ ୫ ବର୍ଷ ମଧ୍ୟରେ କରିପାରି ନ ଥିବା କାର୍ଯ୍ୟ ନେଇ ବସଉଠ ହୋଇ ଭୁଲ ମାଗିଥିଲେ ।

୩ ଥର ବସଉଠ ହେବା ପରେ ପାଖରେ ବସିଥିବା ଆଉ ଜଣେ ନେତା ତାଙ୍କୁ ଅଟକାଇ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଝାଡଖଣ୍ଡର ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାନୁପ୍ରତାପ ଶାହି ବିଜେପିକୁ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

Comments are closed, but trackbacks and pingbacks are open.