Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର, ଅଣ୍ଡର ଗ୍ରାଉଣ୍ଡ ଘର ନେଇ ବଢୁଛି ରହସ୍ୟ

ଢେଙ୍କାନାଳ : ରସାତଳକୁ ଯାଉଛି ରସିକିଆ ଡାକ୍ତରଙ୍କ କଳାକାରନାମା। ଧୀରେ ଧୀରେ ଫିଟୁଛି କାରନାମାର ଗୁମର। ହେଲେ ତାଙ୍କର ଏହି କେଳେଙ୍କାରୀର ଲମ୍ବାଚେର ଢେଙ୍କାନାଳ କାମାକ୍ଷାନଗର ଯାଏ ବି ଲମ୍ବିଛି । ଯେଉଁଠି ଲମ୍ବା ସମୟ ଭୋଗ ବିଳାସରେ ବିତାଇଛନ୍ତି ରସିକିଆ ରମେଶ।

ଦେଖନ୍ତୁ କାମାକ୍ଷାନଗରରେ ଥିବା ତାଙ୍କର ଏହି ଗୁପ୍ତ ସୁଡ଼ଙ୍ଗ ଥିବା ଭୂ- ତଳ ଘରକୁ । ବହୁତ ସତର୍କତାର ସହ ଏଠାରେ ରହିବା ସହିତ ରହସ୍ୟମୟ ଏହି ସୁଡ଼ଙ୍ଗ ଭିତରେ ସିଡ଼ି ପକାଇ ଭୂତଳ ଘରକୁ ଯିବା ଆସିବା କରୁଥିଲେ । ଆଉ ସେହିଠାରେ ଚାଲିଥିଲା ତାଙ୍କର ଗୁପ୍ତ ଅପରେସନ । ମାଟ୍ରିକ ଫେଲ ରମେଶ ଅଂଚଳ ପାଇଁ ପାଲଟିଥିଲେ ଜଣେ ଅଭିଜ୍ଞ ଜଣାଶୁଣା ଡାକ୍ତର ।

କମିଶନରେଟ ପୋଲିସର ତଦନ୍ତ ପରେ ଧୀରେ ଧୀରେ ଗୁମର ଗୁଡିକ ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ରହିଛି ଗୋଟିଏ ପରେ ଗୋଟିଏ ଭିତରର ଗୁମର ତଥ୍ୟ । ବାସଭବନ ଭିତରେ ରହିଛି ଏକ ଅନ୍ଧାରି ଗୁପ୍ତ ଭୂତଳ ଘର । ଯେଉଁ ଘରେ ସିଡ଼ି ପକାଇ ଭିତରକୁ ଯାଉଥିଲେ ରମେଶ ।

୧୯୯୦ ରୁ ୨୦୧୦ ମସିହା ପର୍ଯ୍ୟନ୍ତ ସମୟକୁ ସ୍ତ୍ରୀ ଶାନ୍ତିଲତାଙ୍କ ସହ କଟାଇଥିଲେ ରମେଶ । ଯେଉଁଠାରେ ରହୁଥିଲେ ସେହିଠାରେ ଥିଲା ତାଙ୍କର ଗୋଟିଏ ଗୋଟିଏ ସ୍ତ୍ରୀ ଆଉ ଅଜସ୍ର ସମ୍ପତ୍ତି ।

ସମାଜ ସାମନାରେ ବିବାହ କରୁଥିଲେ ହେଲେ ପତ୍ନୀ ସହି ତାଙ୍କ ପ୍ରେମିକାଙ୍କ ବି ଲମ୍ବା ଲାଇନ୍। ଖାଲି ଏଥିରେ ନୁହେଁ ଲୋକଙ୍କ ସହ ଚିଟିଂ କରି ଅନେକ କଳାକାରନାମାରେ ଲିପ୍ତ ରହିଛନ୍ତି ରମେଶ। ଯାହାର ଗୁମର ଏବେ ଧୀରେ ଧୀରେ ଫିଟିବାରେ ଲାଗିଛି।

ଦୁଇଟି ଟିମକୁ ନେଇ ସମସ୍ତ ପର୍ଦ୍ଦାଫାସ କରିବାକୁ ଯାଉଛି କମିଶନରେଟ ପୋଲିସ ।

Comments are closed, but trackbacks and pingbacks are open.