Latest Odisha News

BREAKING NEWS

ନବ ଦାସ ହତ୍ୟା ପଛରେ ବହୁତ ବଡ଼ ବଡ଼ ମୁଣ୍ଡ: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ଗୋପାଳ ହେଉଛି ସୁଟର, ହ୍ୟାଣ୍ଡଲର କିଏ ? ନବ ଦାସଙ୍କୁ ହତ୍ୟା ପଛର ନାୟକ କିଏ ? କାହା ପ୍ରରୋଚନାରେ ଏତେ ବଡ଼ ହତ୍ୟାକାଣ୍ଡ ଘଟିଲା ତାହା ମୁଖ୍ୟ । ଗୋପାଳ ତ ମାନିଛି ସେ ମାରିଛି । ହେଲେ କାହିଁକି ମାରିଲା, କାହା ପ୍ରରୋଚନାରେ ମାରିଲା କହି ପୋଲିସ ଓ କ୍ରାଇମବ୍ରାଞ୍ଚକୁ ସମାଲୋଚନା କରିଛନ୍ତି ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ।

ସେ କହିଛନ୍ତି, କ୍ରାଇମ୍ ସିନ୍ ରିକ୍ରିଏସନ୍ ନାଁରେ କ୍ରାଇମବ୍ରାଞ୍ଚ ସମୟ ଗଡ଼ାଇ ଚାଲିଛି । ଆଜି ରିମାଣ୍ଡ ଅବଧି ସରୁଛି । ତଦନ୍ତର କୌଣସି ଠୋସ୍ ଦିଗ ନାହିଁ । କେବଳ ଲୋକଙ୍କ ଆଖିରେ ଧୂଳି ଦେବାକୁ ଏଭଳି କରାଯାଉଛି । ହତ୍ୟା ନେଇ ଷଡ଼ଯନ୍ତ୍ର ଦିଗରେ ତଦନ୍ତ ନ ହୋଇ ଡେମୋ କରାଯାଉଛି ।

ଓଡ଼ିଶା ପୋଲିସର ତଦନ୍ତ ଉପରେ ଭରସା ନାହିଁ । ତଦନ୍ତ ନାଁରେ ଡ୍ରାମା ଚାଲିଛି । ଲିପାପୋଛା ମାଷ୍ଟରକୁ ତଦନ୍ତ ଦାୟିତ୍ୱ ଦିଆ ଯାଇଛି । ତଦନ୍ତ ଦାୟିତ୍ୱରେ ଥିବା ଲୋକଙ୍କ ପଛରେ ବି ତଦନ୍ତ ଚାଲିଛି । ସରକାରଙ୍କ ନାଁରେ ଯେତେବେଳେ ଅଭିଯୋଗ, ସରକାରଙ୍କ ସଂସ୍ଥା ତଦନ୍ତ କଲେ କ’ଣ ମିଳିବ ?

ଜୟ ନାରାୟଣ ଆହୁରି କହିଛନ୍ତି, ହତ୍ୟା ପଛରେ ବଡ଼ ବଡ଼ ମୁଣ୍ଡ ସମ୍ପୃକ୍ତ । ସେଥିପାଇଁ ଚାପି ଦେବାକୁ ଉଦ୍ୟମ ହେଉଛି । ଜଣେ ମାମୁଲି ଏଏସ୍ଆଇ, ମନ୍ତ୍ରୀଙ୍କୁ କାହିଁକି ମାରିବ ? ନିରପେକ୍ଷ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ । ଓଡ଼ିଶା ପୋଲିସ ଓ ବିଜେଡି ଭିତରେ ଫରକ କଣ ? ବାହାର କରନ୍ତୁ ସତ । ଓଡ଼ିଶା ପୋଲିସ ବିଜେଡି କର୍ମୀ ବୋଲି କହିଛନ୍ତି ବିରୋଧି ଦଳ ନେତା ।

ଗତକାଲି କ୍ରାଇମବ୍ରାଞ୍ଚ ଗୋପାଳ ଦାସକୁ ଘଟଣାସ୍ଥଳକୁ ନେଇ ଘଣ୍ଚାଏରୁ ଅଧିକ ସମୟ ଧରି ସିନ୍ ରିକ୍ରିଏସନ୍ କରିଥିଲା । ଗୋପାଳ ଗୋଟି ଗୋଟି କରି ଡେମୋ ଦେଖାଇଥିଲା । ଅନ୍ୟପଟେ ଆଜି ଜଷ୍ଟିସ୍ ଦାସ ଓ ପୋଲିସ ଡିଜି ଘଟଣାସ୍ଥଳକୁ ଯିବା ସହ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.