Latest Odisha News

BREAKING NEWS

BJP MLA falls into Yamuna: ଯମୁନା ସଫା ପ୍ରମାଣ କରିବାକୁ ଯାଇ ହଟହଟା ହେଲେ ବିଜେପି ବିଧାୟକ, ଖସିଗଲା ଗୋଡ…

ନୂଆଦିଲ୍ଲୀ: ଏବେ ପୁଣି ଥରେ ହଟ୍ ଟପିକରେ ରହିଛି ଯମୁନା ନଦୀ । ଛଠ୍ ପୂଜା ଉତ୍ସବ ମଧ୍ୟରେ ନଦୀର ସଫାସୁତୁରା ପାଇଁ ରାଜନୈତିକ ଦୋଷାରୋପ ଖେଳ ଜାରି ରହିଛି। ଏହାରି ଭିତରେ ଜଣେ ବିଜେପି ବିଧାୟକଙ୍କ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଦିଲ୍ଲୀର ବିଜେପି ବିଧାୟକ ରବିନ୍ଦର ସିଂହ ନେଗି ନଦୀ ସଫାସୁତୁରା ସଚେତନତା ଅଭିଯାନ ପାଇଁ ଏକ ରିଲ୍ ସୁଟିଂ କରୁଥିବା ସମୟରେ ଯମୁନା ନଦୀରେ ଖସି ପଡିଥିଲେ । ତେବେ ୧୯ ସେକେଣ୍ଡର ଭାଇରାଲ ଭିଡିଓରେ, ପାଟପରଗଞ୍ଜ ବିଧାୟକ ନଦୀ କୂଳରେ ଦୁଇଟି ବୋତଲ ଧରିଥିବା ଦେଖାଯାଉଛି। ସେହି ବୋତଲରେ ଯମୁନା ପାଣିକୁ ପୂରେଇବା ପାଇଁ ଯେତେବେଳେ ସେ ଆଣ୍ଠୁମାଡ଼ି ବସି ଉଠିବାକୁ ଚେଷ୍ଟା କରୁଛନ୍ତି, ନେଗି ତାଙ୍କର ଭାରସାମ୍ୟ ହରାଇ ପାଣିରେ ଖସିପଡ଼ିଛନ୍ତି। ପାଖରେ ଥିବା ଜଣେ ବ୍ୟକ୍ତି ସାହାଯ୍ୟ କରିବାକୁ ଧାଇଁ ଆସିଥିଲେ ମଧ୍ୟ ତାଙ୍କ ପଡିବାରୁ ରୋକିବାରେ ବିଫଳ ହୋଇଛନ୍ତି। ପରେ ପାଣିରେ ଭିଜି ଯାଇଥିବା ନେଗି ନିଜକୁ ବାହାର କରିବାକୁ ନଦୀରେ ଥିବା ଏକ ବାଉଁଶ ବନ୍ଧର ସାହାର୍ଯ୍ୟରେ ହାତ ବଢାଇଛନ୍ତି।

ଯାହାକୁ ନେଇ କଡା ସମାଲୋଚନା କରିଛନ୍ତି ବିରୋଧୀ । ଆମ ଆଦମୀ ପାର୍ଟି ବିଧାୟକ ସଞ୍ଜିବ ଝା ଏକ୍ସରେ ଭିଡିଓଟି ସେୟାର କରି ନେଗିଙ୍କୁ ସମାଲୋଚନା କରି କହିଛନ୍ତି ଯେ ଜାତୀୟ ରାଜଧାନୀର ବିଜେପି ନେତାମାନଙ୍କ ପାଇଁ “ଖାଲି ପ୍ରତିଶ୍ରୁତି ଦେବା ଏକ ବୃତ୍ତି ପାଲଟିଛି”। ମିଛ ଏବଂ ଦେଖାଣିଆ ରାଜନୀତିରେ ବିରକ୍ତ ହୋଇ ଯମୁନା ମା ନିଜେ ସେମାନଙ୍କୁ ନିଜ ପାଖକୁ ଡାକିଛନ୍ତି,” ବୋଲି କହି କଟାକ୍ଷ କରିଛନ୍ତି ଆପ୍ ବିଧାୟକ ।

ତେବେ ପୁଣି ଥରେ ଯମୁନା ନଦୀ ପାଣିକୁ ନେଇ ରାଜନୈତିକ କାଦୁଆ ଫିଙ୍ଗା ଜୋର୍ ହୋଇଛି । ଦିଲ୍ଲୀର ଶାସକ ବିଜେପି ଏବଂ ବିରୋଧୀ ଆପ ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି, ଉଭୟ ଦଳ ପରସ୍ପରକୁ ଛଠ୍ ପୂଜା ପାଇଁ ପ୍ରସ୍ତୁତି ମଧ୍ୟରେ ଯମୁନାର ଅବସ୍ଥା ବିଷୟରେ ଜନସାଧାରଣଙ୍କୁ ଭ୍ରମିତ କରୁଥିବା ଅଭିଯୋଗ କରିଛନ୍ତି, ଯାହା ଆଜି ଶେଷ ହେଉଛି। ଗତ ସପ୍ତାହରେ ପରିସ୍ଥିତି ଏକ ନାଟକୀୟ ମୋଡ଼ ନେଇଥିଲା ଯେତେବେଳେ ଆପର ଦିଲ୍ଲୀ ୟୁନିଟ୍ ମୁଖ୍ୟ ସୌରଭ ଭରଦ୍ୱାଜ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ନଦୀ ସଫା କରାଯାଇଥିବା ଦାବି ପ୍ରମାଣିତ କରିବାକୁ ଚ୍ୟାଲେଞ୍ଜ କରିଥିଲେ। ଧୂସର ରଙ୍ଗର ପାଣିରେ ଭର୍ତ୍ତି ଏକ ବୋତଲ ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲେ। “ଏହା ଦିଲ୍ଲୀ ଦେଇ ପ୍ରବାହିତ ଯମୁନା ନଦୀରୁ ସଂଗୃହିତ ଜଳ। ଆମେ ଏହି ଜଳ ରେଖା ଗୁପ୍ତା ଜୀଙ୍କୁ ଅର୍ପଣ କରିବାକୁ ଚାହୁଁଛୁ। ଯଦି ସେ କୁହନ୍ତି ଯେ ଯମୁନା ସଫା, ତେବେ ତାଙ୍କୁ ଏହା ପିଇବା ଉଚିତ,” ବୋଲି କହି ଚ୍ୟାଲେଞ୍ କରିଥିଲେ ଭରଦ୍ୱାଜ ।

Comments are closed.