ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ରେ ଥିବା ୩୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରାଶିକୁ ବୃଦ୍ଧି କରାଯାଉ। ଏଥିପାଇଁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ଚିଠିରେ ଉଲ୍ଲେଖ ଯେ, ଡବ୍ଲ୍ୟୁଓଡିସି ପାଇଁ ପୂର୍ବରୁ ବାର୍ଷିକ ୧୦୦ କୋଟି ଟଙ୍କାର ବଜେଟ ଥିଲା। ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ପ୍ରତି ବିଧାୟକଙ୍କୁବାର୍ଷିକ ୧ କୋଟି ଟଙ୍କା ପ୍ରଦାନ କରାଯାଉଥିଲା ।
ବର୍ତ୍ତମାନ ଏହି ବଜେଟ ବାର୍ଷିକ ୨୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିବାରୁ ସ୍ଥାନୀୟ ଅଂଚଳର ବିକାଶ କାର୍ଯ୍ୟ ପାଇଁ ପରିଷଦ ଅନ୍ତର୍ଗତ ପ୍ରତ୍ୟେକ ୩୭ ଜଣବିଧାୟକଙ୍କୁ ପ୍ରତି ବର୍ଷ ଅତି କମ୍ରେ ୫ କୋଟି ଟଙ୍କା ପ୍ରଦାନ କରିବାକୁ ବିଜେପି ବିଧାୟକମାନେ ଦାବି କରିଛନ୍ତି ।
ସ୍ଥାନୀୟ ଅଂଚଳର ବିକାଶ ସହିତ ବାସିନ୍ଦାମାନେ ଅଧିକ ଲାଭାନ୍ୱିତ ହେବେ। ଏହାଦ୍ୱାରା ବିକାଶ କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖି ଜଣାଇଛନ୍ତି ।
ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ, ରେଙ୍ଗାଲୀ ବିଧାୟକ ନାଉରୀନାଏକ, ଲୋଇସିଙ୍ଗା ବିଧାୟକ ଡ. ମୁକେଶ ମହାଲିଙ୍ଗ, ତଲସରା ବିଧାୟକ ଭବାନୀ ଭୋଇ ଏବଂ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ପ୍ରମୁଖମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।


Comments are closed.