Latest Odisha News

BREAKING NEWS

ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ରାତି ସାରା ଧାରଣା ଦେଲେ ବିଜେପି ବିଧାୟକ

ଭୁବନେଶ୍ୱର: ବାଚସ୍ପତିଙ୍କୁ ବିରୋଧ କରି ବିଧାନସଭା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିଜେପି ବିଧାୟକଙ୍କ ଧାରଣା । ସାରା ରାତି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି ବିଧାୟକ । ଶନିବାର ବାଚସ୍ପତିଙ୍କ ଉପରକୁ ବିଜେପି ବିଧାୟକ ଇୟରଫୋନ୍, ଡଷ୍ଟବିନ୍ ସହ ଚପଲ ଫିଙ୍ଗିଥିଲେ । ଭିଡିଓ କ୍ଲିପ୍ ଅନୁଧ୍ୟାନ ପରେ ବିଜେପିର ୩ ଜଣ ବିଧାୟକ ମୋହନ ମାଝୀ, ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀଙ୍କୁ ଗୃହରୁ ଚଳିତ ଅଧିବେଶନରୁ ନିଲମ୍ବିତ କରିଥିଲେ  ବାଚସ୍ପତି।

BjdElectrycity

ପ୍ରତିବାଦରେ ସମସ୍ତ ବିଜେପି ସଦସ୍ୟ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ବାଚସ୍ପତି ମଧ୍ୟ ଧାରଣାରତ ବିଧାୟକଙ୍କୁ ବୁଝାଇଥିଲେ । ହେଲେ ବୁଝିନଥିଲେ ବିଧାୟକ । ଧାରଣାସ୍ଥଳରେ ରାତି ଖାଇବା ସହ ସମସ୍ତେ ରାତିସାରା ସେଇଠି ଧାରଣାରେ ବସିଥିଲେ । ବିଧାନସଭାରେ କୌଣସି ବିଲ୍ ପାରିତ ବେଳେ ବିରୋଧୀଙ୍କୁ ବାଚସ୍ପତି କହିବାକୁ ସୁଯୋଗ ଦେଉନଥିବାରୁ ବିଜେପି ବିଧାୟକ ବିରୋଧ କରୁଛନ୍ତି ।

ଆଜି ଦଳୀୟ କାର୍ଯ୍ୟାଳୟରେ ଏନେଇ ବିଜେପି ବିଧାୟକ ସାମ୍ବାଦିକ ସମ୍ମିଳନୀ କରିବେ । ଗୃହ ବାହାରେ ପ୍ରତିବାଦ ଜାରି ରହିବ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି । ପ୍ରସଙ୍ଗରେ ବିଜେପି ରାଜ୍ୟପାଳଙ୍କୁ ଭେଟିବ ବୋଲି କହିଛି ।

Leave A Reply

Your email address will not be published.