Latest Odisha News

ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ

ନୂଆଦିଲ୍ଲୀ: ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମ୍ବିଧାନର ଧାରା ୯୫ (୧) ଅନୁଯାୟୀ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଛି। ସେହିପରି ଲୋକ ସଭା ସଦସ୍ୟ କେ ସୁରେଶ, ଟି ଆର ବାଲୁ, ରାଧା ମୋହନ ସିଂ, ଫଗ୍ଗାନ୍ ସିଂ କୁଲାଷ୍ଟେ ଏବଂ ସୁଦୀପ ବନ୍ଦୋପାଧ୍ୟାୟ ସହକାରୀ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରିବେ । ସମ୍ବିଧାନ ଧାରା ୯୯ ଅନୁଯାୟୀ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ । ତେବେ ବାଚସ୍ପତି ନିର୍ବାଚନ ନହେବା ପର୍ଯ୍ୟନ୍ତ ଏମାନେ ଏହି ପଦରେ ରହି କାର୍ଯ୍ୟ କରିବେ ।

ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି। ସେ ୬ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଏଥର ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି। ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ମହତାବ।

Leave A Reply

Your email address will not be published.