Latest Odisha News

BREAKING NEWS

ପୂର୍ବତନ ମନ୍ତ୍ରୀ ତଥା ବିଜେପି ସାଂସଦ ରତନ ଲାଲ କଟାରିଆଙ୍କ ପରଲୋକ

ଅମ୍ବାଲା: ହରିଆଣା ଅମ୍ବାଲା ବିଜେପି ସାଂସଦ ରତନ ଲାଲ କଟାରିଆଙ୍କର ଆଜି (ଗୁରୁବାର) ପରୋଲକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ୩ ଥର ବିଜେପି ସାଂସଦ ହୋଇଥିବା ରତନ ଲାଲଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ପିଜିଆଇ ଚଣ୍ଡିଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଶ୍ରୀ କଟାରିଆଙ୍କର ମୃତ୍ୟୁ ପରେ ରାଜନୈତିକ ମହଲରୁ ଶୋକବର୍ତ୍ତାର ସୁଅ ଛୁଟିଛି। ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସାଂସଦଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ସେ ଟ୍ୱିଟ୍ କରି ମଧ୍ୟ ନିଜର ଶୋକବାର୍ତ୍ତା ଦେଇଛନ୍ତି।

ହରିଆଣା ରାଜନୀତିରେ ରତନ ଲାଲ କଟାରିଆ ଜଣେ ଜଣାଶୁଣା ନାଁ। ସେ ୨୦୨୧ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଜଳ ଶକ୍ତି ମନ୍ତ୍ରଣାଳୟ ଓ ସାମାଜିକ ନ୍ୟାୟ ଓ ଅଧିକାର ରାଜ୍ୟ ମନ୍ତ୍ରୀ ହୋଇଥିଲେ।

Comments are closed.