Latest Odisha News

BREAKING NEWS

ଦୁର୍ଗାପୁର ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ 

ଭୁବନେଶ୍ୱର: ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଙ୍ଗଳବାର ଦିନ ଦୁର୍ଗାପୁର ‘ଗଣଦୁଷ୍କର୍ମ’ ପୀଡିତାଙ୍କୁ ପଶ୍ଚିମବଙ୍ଗର ଏକ ଘରୋଇ ହସ୍ପିଟାଲରେ ଭେଟିଥିଲେ। ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜେପି କର୍ମୀଙ୍କ ଏକ ଦଳ ସହିତ ଅପରାହ୍ନରେ ଦୁର୍ଗାପୁରରେ ପହଞ୍ଚିଥିଲେ। କିନ୍ତୁ ତାଙ୍କୁ ହସ୍ପିଟାଲର ସୁରକ୍ଷା କର୍ମୀମାନେ ଅଟକାଇଥିଲେ, ଯାହା ଫଳରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଏନେଇ ସାଂସଦ କହିଛନ୍ତି ଯେ “ଆମେ ଏଠାରେ ନିର୍ଯାତନା ଭୋଗୁଥିବା ଆମ ଝିଅକୁ ଭେଟିବାକୁ ଆସିଛୁ। କିନ୍ତୁ ସେମାନେ ଆମକୁ ଭେଟିବାକୁ ଅନୁମତି ଦେଉ ନାହାଁନ୍ତି”।

ପରେ ସେ ବାଲେଶ୍ୱରର କିଛି ଦଳୀୟ କର୍ମୀଙ୍କ ସହିତ ହସ୍ପିଟାଲରେ ମହିଳାଙ୍କୁ ଭେଟିଥିଲେ।

ଉଲ୍ଲେଖଯୋଗ୍ୟ, ବାଲେଶ୍ବର ଜଳେଶ୍ୱରର ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀ ଶୁକ୍ରବାର ରାତିରେ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜର କ୍ୟାମ୍ପସ ବାହାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଯେତେବେଳେ କି ସେ ତାଙ୍କ ଜଣେ ବନ୍ଧୁଙ୍କ ସହ ବାହାରକୁ ଯାଇଥିଲେ।

ତେବେ ଏହି ଅପରାଧରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୋଲିସ ଏପର୍ଯ୍ୟନ୍ତ ପାଞ୍ଚ ଜଣଙ୍କୁ ଗିରଫ କରିଛି।

Comments are closed.