Latest Odisha News

BREAKING NEWS

ବିମାନ ବନ୍ଦରରେ କଙ୍ଗନା ରାଣାୱତଙ୍କୁ ଚାପୁଡା ମାରିଲେ ସିଆଇଏସଏଫ ଗାର୍ଡ

ଚଣ୍ଡିଗଡ଼: ବଲିଉଡ ଅଭିନେତ୍ରୀ ତଥା ମଣ୍ଡିର ବିଜେପି ସାସଂଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସଏଫ ଗାର୍ଡ ଚାପୁଡ଼ା ମାରିଛନ୍ତି । ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାଁ ହେଉଛି କୁଲବିନ୍ଦର କୌର । ଏନେଇ କଙ୍ଗନା ଉକ୍ତ ଗାର୍ଡଙ୍କ ବିରୋଧରେ ଅଭିଯୋଗ ଆଣି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

କୁହାଯାଉଛି ଯେ, କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ କଙ୍ଗନାଙ୍କ ବିବୃତ୍ତିରେ କୁଲବିନ୍ଦର କୌର ତାଙ୍କ ଉପରେ ରାଗିଯାଇଥିଲେ । ସେଥିପାଇଁ ସେ ବିଜେପି ସାଂସଦଙ୍କୁ ଚାପୁଡ଼ା ମାରିଥିଲେ ।

ସୂଚନାଯୋଗ୍ୟ, ଆଜି ଅପରାହ୍ନ ୩ ଟା ୩୦ ସମୟରେ ଏହି ଘଟଣା ଘଟିଥିଲା । ଚଣ୍ଡିଗଡ଼ରୁ ଦିଲ୍ଲୀ ଯିବା ସମୟରେ ସିକ୍ୟୁରିଟି ଯାଞ୍ଚ ପାଇଁ କଙ୍ଗନା ଯାଇଥିବାବେଳେ ସିଆଇଏସଏଫ୍ ଗାର୍ଡ ଜଣକ ତାଙ୍କୁ ଚାପୁଡା ମାରିଥିବା ଜଣା ପଡିଛି ।

ହିମାଚଳପ୍ରଦେଶ ମଣ୍ଡି ଲୋକସଭା ଆସନରୁ ବିଜେପି ଟିକେଟ୍ ରେ ନିର୍ବାଚନ ଜିତିବା ପରେ କଙ୍ଗନା ରାଣାୱତ ଆଜି ଦିଲ୍ଲୀ ଅଭିମୁଖେ ଆସୁଥିଲେ । ଏହି ସମୟରେ ଚଣ୍ଡିଗଡ଼ ବିମାନବନ୍ଦରରେ ଏପରି ଘଟଣା ସାମ୍ନାକୁ ଆସିଛି ।

ଏହାପୂର୍ବରୁ ସୋସିଆଲ ମିଡିଆରେ କଙ୍ଗନା ଫୋଟୋ ସେୟାର କହିଥିଲେ ଯେ ସେ ସଂସଦକୁ ଯାଉଛନ୍ତି । ସେ ନିଜ ଫୋଟୋ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି ।

Comments are closed.