Latest Odisha News

ରାହୁଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ

ନୂଆଦିଲ୍ଲୀ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ । ବିଜେପି ସାଂସଦ ନିଶିକାନ୍ତ ଦୁବେ, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପାଖରେ ଏନେଇ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ରାହୁଲ ଗାନ୍ଧିଙ୍କୁ ସ୍ବାଧୀକାର ଭଙ୍ଗ ନୋଟିସ୍ ଜାରି କରିବାକୁ ଦାବି କରିଛନ୍ତି ସେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସୋମବାର ବକ୍ତବ୍ୟ ରଖିଥିଲେ ରାହୁଲ ଗାନ୍ଧି । ଯେଉଁଠି ସେ ଚୀନର ଅନୁପ୍ରବେଶ ଓ ୪ ହଜାର ବର୍ଗ କିଲୋମିଟର ଭାରତୀୟ ଜମି ଜବରଦଖଲ ପ୍ରସଙ୍ଗ ଉଠାଇଥିଲେ ।

କେବଳ ଚୀନ ପ୍ରସଙ୍ଗ ନୁହେଁ, ଟ୍ରମ୍ପଙ୍କ ଶପଥ ସମାରୋହକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ନକରିବା, ନିର୍ବାଚନ କମିଶନର ନିଯୁକ୍ତି କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ ଦେବା, ଉତ୍ପାଦ କ୍ଷେତ୍ରର ଅଭିବୃଦ୍ଧି କମ ରହିବା, ମେକ୍ ଇଣ୍ଡିଆ କାର୍ଯ୍ୟକ୍ରମ ବିଫଳ ହେବା… ଏମିତି ଅନେକ ପ୍ରସଙ୍ଗ ଉଠାଇଥିଲେ ରାହୁଲ ଗାନ୍ଧି । ତେବେ ଏସବୁ ପ୍ରସଙ୍ଗ ଉପରେ ବିରୋଧୀ ଦଳ ନେତା ଦେଇଥିବା ତଥ୍ୟ ମନଗଢ଼ା ଏବଂ ଡାହା ମିଛ । ଏହା ଭାରତର ସମ୍ମାନ ହାନି କରିଥିବା କହି ରାଗହୁଲ ଗାନ୍ଧିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ପାଇଁ ପ୍ରସ୍ତାବ ଆଣିଛନ୍ତି ସାଂସଦ ନିଶିକାନ୍ତ ଦୁବେ ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସୋନିଆ ଗାନ୍ଧିଙ୍କ Poor Thing ମନ୍ତବ୍ୟ ଏବଂ ପୂର୍ଣ୍ଣିଆର ସ୍ବାଧୀନ ସାଂସଦ ପପୁ ଯାଦବଙ୍କ Love Letter ମନ୍ତବ୍ୟକୁ ନେଇ ସୋମବାର ବିଜେପିର କିଛି ସାଂସଦ ସୋନିଆ ଓ ପପୁଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି । ଆଉ ଏବେ ନିଶିକାନ୍ତ ଦୁବେ, ବିରୋଧୀ ଦଳ ନେତାଙ୍କ ବିରୋଧରେ ଆଣଇଛନ୍ତି ସ୍ବାଧିକାର ଭଙ୍ଗ ପ୍ରସ୍ତାବ ।

Comments are closed.