Latest Odisha News

ଅବସର ଘୋଷଣା କଲେ ଦୀମୁଥ କରୁଣାରତ୍ନେ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଦୀମୁଥ କରୁଣାରତ୍ନେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । କ୍ୟାରିୟରର ୧୦୦ତମ ମ୍ୟାଚ ଖେଳିବା ପରେ କରୁଣାରତ୍ନେ ଅବସର ନେବେ ବୋଲି ଆଗୁଆ ଘୋଷଣା କରିଛନ୍ତି । ଗୁରୁବାର ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ତାଙ୍କ କ୍ୟାରିୟରର ଶେଷ ଆନ୍ତର୍ଜାତୀୟ ମ୍ୟାଚ ହେବ । ୩୬ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ ୧୪ ବର୍ଷ କ୍ୟାରିୟରର ଅନ୍ତ ପରେ ଅଷ୍ଟ୍ରେଲିଆରେ ପରିବାର ସହିତ ରହିବେ । ଦୀମୁଥ ୯୯ ଟେଷ୍ଟରେ ୭୧୭୨ ରନ କରିଛନ୍ତି । ଏଥିରେ ୧୬ ଶତକ ଓ ୩୯ ଅର୍ଦ୍ଧଶତକ ସାମିଲ ।

ସେ ୫୦ ଦିନିକିଆ କ୍ରିକେଟ ମ୍ୟାଚରେ ଗୋଟିଏ ଶତକ ଓ ୧୧ ଅର୍ଦ୍ଧଶତକ ସହାୟତାରେ ୧୩୧୬ ରନ କରିଛନ୍ତି । ଏବେ ଅବସର ନେବା ମୋ ପାଇଁ ଉପଯୁକ୍ତ ସମୟ ବୋଲି ଶ୍ରୀଲଙ୍କାର ଏହି ଦକ୍ଷ ବ୍ୟାଟ୍ସମ୍ୟାନ କହିଛନ୍ତି । ଆଞ୍ଜେଲା ମାଥ୍ୟୁସ ଓ ଦୀନେଶ ଚଣ୍ଡିମାଲାଙ୍କ ସହ ଆଲୋଚନା କରିବା ପରେ ମୁଁ ଅବସର ଘୋଷଣା କରିଥିଲି ବୋଲି ସେ କହିଛନ୍ତି । ମୋ ପରେ ଏହି ଦୁଇ ସିନିୟର ଖେଳାଳି ମଧ୍ୟ ଖୁବ ଶୀଘ୍ର କ୍ରିକେଟକୁ ଅଲବିଦା କହିବେ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.