Latest Odisha News

BREAKING NEWS

ରାହୁଲଙ୍କୁ ନିଲମ୍ବନ ପାଇଁ ଦାବି: ଅଧିକାର ଉଲ୍ଲଂଘନ ଓ ଗୃହକୁ ଅପମାନିତ କରିଥିବା ନୋଟିସ୍

ନୂଆଦିଲ୍ଲୀ: ବିଜେପି ସାଂସଦ ନିଶିକାନ୍ତ ଦୁବେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ନିଲମ୍ବନ କରିବାକୁ ଦାବି କରିଛନ୍ତି। ଏଥିପାଇଁ ସେ ରାହୁଲଙ୍କ ବିରୋଧରେ ଅଧିକାର ଉଲ୍ଲଂଘନ ଏବଂ ଗୃହକୁ ଅପମାନିତ କରିଥିବା ନୋଟିସ୍ ପଠାଇଛନ୍ତି। ଦୁବେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ନୋଟିସ ପଠାଇଛନ୍ତି। ସେ ପ୍ରଧାନ ଅଧିକାର କମିଟିକୁ ଏହି ନୋଟିସ୍ ପଠାଇବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି।

ଏହି ପ୍ରସଙ୍ଗରେ କମିଟି ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ନିଲମ୍ବନ କରାଯାଉ ବୋଲି ଦୁବେ ଆବେଦନ କରିଛନ୍ତି। ଅମିତ ଶାହାଙ୍କ ବିବୃତ୍ତିକୁ ବିକୃତ କରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚଳାଇଥିବାରୁ ବିଜେପି ସାଂସଦ ବିଶେଷ ଅଧିକାରର ଉଲ୍ଲଂଘନ ନୋଟିସ ଦେଇଛନ୍ତି।

ନିଶିକାନ୍ତ ଦୁବେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ ଭିଡିଓରେ ରାହୁଲ ଗାନ୍ଧୀ ଆହତ ହୋଇଥିବା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସହ ନଜର ଆସିଛନ୍ତି। ଠେଲାପେଲା ପରେ ଦୁବେ ରାହୁଲଙ୍କୁ କହିଥିଲେ ଯେ, ଆପଣଙ୍କୁ ଲାଜ ଲାଗୁନାହିଁ। ଠେଲାପେଲା କରି ଜଣେ ବୃଦ୍ଧଙ୍କୁ ତଳେ ପକାଇ ଦେଇଛନ୍ତି। ଏହା ଉପରେ ରାହୁଲ କହିଥେଲ ଯେ ମୁଁ ଠେଲି ନାହିଁ, ସେ ମୋତେ ଠେଲି ଦେଇଛନ୍ତି।

ଅନ୍ୟପଟେ ଦୁଇ ବିଜେପି ସାଂସଦ ଆହତ ହେବା ଘଟଣାରେ ଶାସକ ଦଳର ଅଭିଯୋଗକ୍ରମେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ନେତୃତ୍ଵରେ ବିଜେପି ସାଂସଦଙ୍କ ଏକ ପ୍ରତିନିଧି ଦଳ ଦିଲ୍ଲୀସ୍ଥିତ ସଂସଦ ମାର୍ଗ ଥାନାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏଥି ସହିତ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର ଏବଂ ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ବିବୃତ୍ତି ବିରୋଧରେ କଂଗ୍ରେସ ଆଜି ସାରା ଦେଶରେ ବିରୋଧ କରିବ। ଆଜି ସଂସଦ ଗୃହ କମ୍ପ୍ଲେକ୍ସରେ ବିଜେପି ମଧ୍ୟ ବିରୋଧ କରିବ।

Comments are closed.