ନୂଆଦିଲ୍ଲୀ: ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏନେଇ ପ୍ରଜ୍ଞା ଠାକୁରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ପ୍ରଜ୍ଞା ଠାକୁରଙ୍କୁ ଏମ୍ସର ପ୍ରାଇଭେଟ୍ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ଖୋଦ ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆଙ୍କ ନେତୃତ୍ବାଧୀନ ଟିମ୍ ତାଙ୍କର ଚିକିତ୍ସା କରୁଥିବା ଜଣାପଡ଼ିଛି । ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଡାକ୍ତର କହିଛନ୍ତି ।
Comments are closed.