Latest Odisha News

ପାଟଣାରେ ଭୟଙ୍କର ଦୁର୍ଘଟଣା: ବିଜେପି ସାଂସଦ ସତୀଶ ଚନ୍ଦ୍ର ଦୁବେ ଗୁରୁତର

ବିହାର: ବିହାର ପାଟନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି  । ଗତକାଲି ବିଳମ୍ବିତ ରାତିରେ ବିଜେପିର ରାଜ୍ୟସଭା ସାଂସଦ ସତୀଶ ଚନ୍ଦ୍ର ଦୁବେଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି  । ଫଳରେ ଭୀଷଣ ସାଂସଦ ଦୁବେ, ତାଙ୍କ ଅଙ୍ଗରକ୍ଷୀ ଏବଂ ଗାଡ଼ିର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ରାତିରେ ସାଂସଦ ବଗହାରୁ ପାଟନା ଫେରୁଥିବାବେଳେ ବିହାର ପାଟଣାର ଗାନ୍ଧି ସେତୁ ନିକଟରେ ଏହି ଅଘଟଣ ଘଟିଛି  ।  ତାଙ୍କ ଗାଡ଼ି ଏକ କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କାର୍‌ଟି ସମ୍ପୂର୍ଣ୍ଣର୍ ଭାଙ୍ଗି ଚୁର୍‌ମାର ହୋଇଯାଇଥିଲା। ଦୁର୍ଘଟଣା ସମୟରେ ଗାଡ଼ିରେ ସାଂସଦଙ୍କ ସମେତ ୫ ଜଣ ଥିଲେ। ପରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସାଂସଦ, ତାଙ୍କ ଅଙ୍ଗରକ୍ଷୀ ଏବଂ ଡ୍ରାଇଭରଙ୍କୁ ଯଥାଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

୪୮ବର୍ଷିୟ ବିଜେପି ସାଂସଦ ସତୀଶ ଚନ୍ଦ୍ର ଦୁବେ ୨୦୨୨ ମସିହାରେ ସଂସଦର ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସେ ବିହାରର ଭାଲମିକି ନଗର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବାବେଳେ ଲୋକସଭା ସାଂସଦ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୦୫ ମସିହାରେ ସେ  ନାକଟିଗଞ୍ଜରୁ ବିହାର ବିଧାନସଭା ସଦସ୍ୟ ମଧ୍ୟ ଥିଲେ।

Leave A Reply

Your email address will not be published.