Latest Odisha News

BREAKING NEWS

ବିପ୍ଲବଙ୍କୁ ତ୍ରିପୁରାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କଲା ବିଜେପି

ଅଗରତାଲା: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି । ସେପ୍ଟମ୍ବର ୨୨ରେ ହେବାକୁ ଥିବା ରାଜ୍ୟସଭା ଉପ ନିର୍ବାଚନରେ ସେ ତ୍ରିପୁରାରରୁ ପ୍ରାର୍ଥୀ ହେବେ । ମାଣିକା ସାହା ମୁଖ୍ୟମନ୍ତ୍ରୀ ହେବା ପରେ ଏହି ରାଜ୍ୟସଭା ଆସନ ଖାଲି ପଡିଥିଲା । ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ରାଜ୍ୟସଭା ଯିବା ପାଇଁ ବିପ୍ଲବଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ବିପ୍ଲବ ଏଥିନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଭାପତି ଜେପି ନଡ୍ଡା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତ୍ରିପୁରା ଲୋକଙ୍କ ବିକାଶ ପାଇଁ ମୁଁ ସର୍ବଦା କାର୍ଯ୍ୟ କରିବି ବୋଲି ଏହି ଯୁବ ନେତାଜଣଙ୍କ କହିଛନ୍ତି । ପୂର୍ବରୁ ବିପ୍ଲବଙ୍କୁ ମୁଖ୍ୟମନ୍ତ୍ରୀ ନ କରାଯିବା ନେଇ ତ୍ରିପୁରା ବିଜେପି ସବୁ କିଛି ଠିକ ନାହିଁ ବୋଲି ଆଲୋଚନା ଜୋର ଧରିଥିଲା । ଏବେ ବିପ୍ଲବଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥର ବିଜେପି ତାଙ୍କୁ କେନ୍ଦ୍ରକୁ ନେବାକୁ ଚାହୁଁଥିବା ସ୍ପଷ୍ଟ ହୋଇଛି । ତାଙ୍କୁ ହରିୟାଣାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.