Latest Odisha News

BREAKING NEWS

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏକ ଦିନିକିଆ ଓଡ଼ିଶା ଗସ୍ତକ୍ରମରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ଅମିତ ଶାହା ରବିବାର ସକାଳେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଯାଇଛନ୍ତି । ସେଠାରେ ତାଙ୍କୁ ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଶହଶହ କର୍ମୀ ଉତ୍ସସିତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଅମିତ ଶାହା ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ସମୟରେ ରାସ୍ତାର ଦୁଇପାଖରେ ଶହଶହ ବିଜେପି ଯୁବମୋର୍ଚ୍ଚା କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟ ବିଜେପିର ସାଂଗଠନିକ କାର୍ଯ୍ୟକୁ ସମୀକ୍ଷା କରିବେ ବୋଲି ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତି କହିଛନ୍ତି । ଆଗାମୀ ଲୋକସଭା ଓ ବିଧାନସଭାକୁ ଦୃଷ୍ଟିରେ ରଖି ରାଜ୍ୟର କାର୍ଯ୍ୟକର୍ତ୍ତାଙ୍କ ହସ୍ତରେ ବିଭିନ୍ନ ଦାୟିତ୍ୱ ସମର୍ପଣ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏଥିସହିତ ନିର୍ବାଚନରେ ବିଜେପିର ରଣନୀତି କିପରି ହେବର ତାହାର ପର୍ଯ୍ୟାଲୋଚନା କରିବେ ରାଜ୍ୟର ବିଜେପି ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଶ୍ରୀଯୁକ୍ତ ଶାହା ।

“ତାଙ୍କର ଏହି ଗସ୍ତକ୍ରମରେ ରାଜ୍ୟ କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ବିଜେପି ନେତାଙ୍କ ସହିତ ବିଶଦ ଆଲୋଚନା କରିବା ସହିତ କେନ୍ଦ୍ରୀୟ ସହାୟତାର ସଠିକ ବିନିଯୋଗ ହେଉଛି କି ନାହିଁ ତାହାର ତଦାରଖ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । କେନ୍ଦ୍ର ସହାୟତା ଠିକ ଭାବେ ରାଜ୍ୟରେ ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ଏବଂ କେନ୍ଦ୍ରୀୟ ସହାୟତା ତୃଣମୂଳ ସ୍ତରରେ ହିତାଧିକାରୀମାନେ ସଠିକ ରୂପେ ପାଉଛନ୍ତି କି ନାହିଁ ତାହାର ଏକ ପର୍ଯ୍ୟାଲୋଚନା କରିବେ ଅମିତ ଶାହା” ବୋଲି କହିଛନ୍ତି ଉପ ସଭାପତି ସମୀର ମହାନ୍ତି ।


ଅମିତ ଶାହା ରାଜ୍ୟର ସ୍ଥିତି ସମୀକ୍ଷା କରିବା ପରେ ଶେଷରେ ୫ଟି ସାଂଗଠନିକ ବୈଠକରେ ଯୋଗଦେବେ ।

ଅପରାହ୍ନରେ ଅମିତ ଶାହା ଭୁବନେଶ୍ୱର, କଟକ ଓ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ୨ ଜଲ ଲେଖାଏଁ ପ୍ରତିନିଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସମସ୍ତ ସାଂଗଠନିକ କାର୍ଯ୍ୟ ତଦାରଖ କରି ରବିବାର ରାତିରେ ଭୁବନେଶ୍ୱରରେ ଅବସ୍ଥାନ କରି ସେ ସୋମବାର ସକାଳେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିଜେପି କାର୍ଯ୍ୟଳୟ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.