Latest Odisha News

BREAKING NEWS

୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, କୋରାପୁଟରୁ ୭ଜଣ ଗିରଫ

ଜୟପୁର : କୋରାପୁଟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । କୋରାପୁଟରେ ୧ କ୍ୱିଣ୍ଟାଲରୁ ଅଧିକ ପରିମାଣର ଚୋରା ଗଞ୍ଜେଇ ଜବତ କରିବା ସହିତ ଏଥିରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂତ୍ରରୁ ଜଣାପଡ଼ିଛି, କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଦୁଆ ଗ୍ରାମ ନିକଟରେ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ସନ୍ଦେହ ଜନକ ଭାବେ ଯାଉଥିବା ଦୁଇଟି କାରକୁ ପୋଲିସ ଅଟକାଇଥିଲା । ପୋଲସ କାର ଦୁଇଟିକୁ ସନ୍ଦେହରେ ଯାଞ୍ଚ କରିବା ସମୟରେ ସେଥିରୁ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଠାବ କରିଥିଲା । ପ୍ରାୟ ୧ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ ହୋଇପାରିଛି ।

ତେବେ ଏହି ବିପୁଳ ପରିମାଣର ଗଞ୍ଜେଇ ପଦୁଆରୁ ଅନୁଗୁଳକୁ ଚାଲାଣ ହେଉଥିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏଥିରେ ସଂପୃକ୍ତ ଥିବା ୭ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଗତ ଜୁନ ୨୩ ତାରିଖରେ କୋରାପୁଟ ଜିଲ୍ଲାର ଜୟପୁର ନିକଟରୁ ୧୨୧ କେଜି ଗଞ୍ଜେଇ ଜବତ କରିବା ସହିତ କାର୍ତ୍ତିକ ବାଗ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା କୋରାପୁଟ ପୋଲିସ । ପୋଲିସ ରାତିରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ବେଆଇନ ଚୋରା କାରବାରକୁ ଧରିବାରେ ସଫଳ ହୋଇପାରୁଛି ।

Leave A Reply

Your email address will not be published.