Latest Odisha News

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା; କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆଜି ଓଡ଼ିଶା ଆସୁଛନ୍ତି  । କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ତୁମୁଡ଼ିବନ୍ଧ ଓ ପୁରୀ ସଂସଦୀୟ କ୍ଷେତ୍ରର ବାଣପୁର ଯିବେ । ସେଠାରେ ଆୟାେଜିତ  ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା। କର୍ମୀଙ୍କୁ ଉଦବୋଧନ ଦେବେ । ୨୦୨୪ ଲଢ଼େଇ ପାଇଁ ଦଳକୁ ପ୍ରସ୍ତୁତ ହେବା ପାଇଁ  ନଡ୍ଡା କର୍ମୀ ଓ ନେତାଙ୍କୁ ଆହ୍ୱାନ ଦେବେ ।

ଭୁବନେଶ୍ୱରରେ ପହଞ୍ଚିବା ପରେ ନଡ୍ଡା   ସିଧାସଳଖ କନ୍ଧମାଳ ଲୋକସଭା ଓ ବାଲିଗୁଡା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ତୁମୁଡିବନ୍ଧ ଗସ୍ତ କରିବେ।  ପୂର୍ବାହ୍ନ ୧୧.୩୦ରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ  ସାଧାରଣ ସଭାରେ ଯୋଗ ଦେବେ ।  ପରେ ଜଳେଶପଟା ଆଶ୍ରମ଼ସ୍ଥିତ ନୂତନ କନ୍ୟାଶ୍ରମର ଉଦଘାଟନ କରିବେ ।  ଏହା ପରେ ସେ ପୁରୀ  ଜିଲ୍ଲା ବାଣପୁର ପଲଟନ୍ ପଡ଼ିଆ ଅଭିମୁଖେ ଗସ୍ତ କରିବେ ।  ଅପରାହ୍ନ ୩ଟାରେ ସେଠାରେ ଆୟାେଜିତ ସାଧାରଣ ସଭାରେ ଯୋଗ ଦେବେ। ପରେ ସେ ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିର ଯାଇ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।ସେଠାରେ ମଧ୍ୟ  ନାଚୁଣୀସ୍ଥିତ କଲେଜରେ ଇନଡୋର ଷ୍ଟାଡିୟମରେ କାର୍ଯ୍ୟକତ୍ତା ସମ୍ମିଳନୀରେ ଯୋଗ ଦେବେ। ଏହା ପରେ ନଡ୍ଡା ସଡକ ପଥରେ ଭୁବନେଶ୍ୱର ଫେରି ଆସି ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

୨୦୨୪ ନିର୍ବାଚନକୁ ଆଖିରେ ରଖି  ସଜବାଜ ଆାରମ୍ଭ କଲେଣି ରାଜନୈତିକ ଦଳ । ରାଷ୍ଟ୍ରୀୟ ଦଳ ବିଜେପି ବି  ପ୍ରସ୍ତୁତି ଆରମ୍ଭ କଲାଣି ।    ୨୪ ନିର୍ବାଚନରେ ଓଡ଼ିଶାରେ ଭୋଟ୍ ହାର ୫୦ ପ୍ରତିଶତକୁ ବୃଦ୍ଧି ସହ ଅଧିକ ଲୋକସଭା ଓ ବିଧାନସଭା ସିଟ୍ ହାତେଇବା ଲକ୍ଷ୍ୟ ରଖିଛି ବିଜେପି। ଆଜି ନଡ୍ଡା ଆସି କର୍ମୀ ଓ ନେତାଙ୍କ କାନରେ ଏହି ମନ୍ତ୍ର ଫୁଙ୍କିବେ ।

ତେବେ ୨୪ ନିର୍ବାଚନର ଗୁରୁମନ୍ତ୍ର କ’ଣ ? କେମିତି ଦଳ ନିଜକୁ ପ୍ରସ୍ତୁତ କରିବ ? କେଉଁଠି ରହିବ ନେତାଙ୍କ ଫୋକସ ? ଆଶା କରାଯାଉଛି, ଏସବୁ ବିଷୟରେ କର୍ମୀ ଓ ନେତାଙ୍କୁ କହିବେ ନଡ୍ଡା । ତେବେ ଆଗାମୀ ନିର୍ବାଚନରେ ରାଜ୍ୟରେ ବଢ଼ି ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲୋକାଙ୍କୁ ସଚେତନ କରି ବିଜେଡି ସରକାର ବିରୋଧୀ ମାହୋଲ ସୃଷ୍ଟି କରିବା  ଏବଂ କେନ୍ଦ୍ର ସରକାରଙ୍କ ସୁଫଳ ଯୋଜନା ତଳସ୍ତରର ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଦଳ ଫୋକସ କରିବ  ।

ନଡ୍ଡାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

Leave A Reply

Your email address will not be published.